ପିଲାଙ୍କ ସ୍ମୃତି ଶକ୍ତି ବଢାଇବାକୁ ଚାହୁଁଛନ୍ତି କି ? ଖୁଆନ୍ତୁ ଏହି ୫ଟି ଫଳ

140

ଯେତେବେଳେ ପିଲାଙ୍କ ସ୍କୁଲ ପରୀକ୍ଷା ପାଖେଇ ଆସେ ପିଲାଙ୍କ ସହ ମାତାପିତାଙ୍କର ବି ଚିନ୍ତା ବଢିଯାଏ । ପାଠପଢା ସହ ଖାଦ୍ୟପେୟର ବି ଧ୍ୟାନ ରଖିବାକୁ ପଡେ । ଏହି ସମୟରେ ଆପଣ ପିଲାଙ୍କୁ ଏମିତି ଜିନିଷ ଖୁଆନ୍ତୁ ଯାହା ସେମାନଙ୍କର ସ୍ୱାସ୍ଥ୍ୟରେ ଖୁବ୍ ଉପଯୋଗୀ ସାବ୍ୟସ୍ତ ହେବ ଏବଂ ତାସହ ମେମୋରୀ ବି ଷ୍ଟ୍ରଙ୍ଗ ହେବ । ଏମିତି କିଛି ଫଳ ବିଷୟରେ ଜାଣନ୍ତୁ ଯାହା ପିଲାଙ୍କ ସ୍ମୃତିଶକ୍ତି ମଜବୁତ୍ କରିବାରେ ସହାୟକ ହେବ –

3ସେଓ – ଏହା ଏକ ଉତ୍ତମ ଫଳ ଅଟେ । ଏହା ପିଲାଙ୍କୁ ଖାଇବାକୁ ଦେବା ଦ୍ୱାରା ଅନେକ ଉପକାର କରିଥାଏ । ପିଲାଙ୍କ ମେମୋରୀ ପାୱାର ବଢାଇବା ପାଇଁ ଏହା ଏ ଉତ୍ତମ ଖାଦ୍ୟ ଅଟେ । ଏହା ମେମୋରୀ ବଢାଉଥିବା ନ୍ୟୁରୋଟ୍ରାନ୍ସମିଟର ଏସିଟଲକୋଲିନକୁ ସମତୁଲ ରଖେ ।

3କଦଳୀ – କଦଳୀରେ ପୋଟାସିୟମର ମାତ୍ରା ଅଧିକ ଥାଏ । ଏହାଦ୍ୱାରା ପିଲାଙ୍କ ତୀକ୍ଷଣ ବୁଦ୍ଧିର ଉତ୍ପତି ହୁଏ । ଏହା ଦ୍ୱାରା ମସ୍ତିକରେ ନ୍ୟୁରାଟ୍ରାନ୍ସମିଟରକୁ ଉତ୍ତେଜିତ କରିଦିଏ । ମେମୋରୀର ବିକଶିତ ହୋଇଥାଏ ।

4ଅଙ୍ଗୁର – ଅଙ୍ଗୁରରେ ଭିଟାମିନ ଓ ଆଣ୍ଟି-ଆକ୍ସିଡେଣ୍ଟ ଭରପୁର ଥାଏ । ଯାହା ଦ୍ୱାରା ପିଲାଙ୍କ ଜ୍ଞାନ ସମ୍ବନ୍ଧିୟ କ୍ଷମତା ବିକଶିତ ହୋଇଥାଏ । ମନେରଖିବା ଶକ୍ତି ପ୍ରଖର ହୁଏ ।

ସନ୍ତରା- ପିଲାଙ୍କ ପାଇଁ ଏହା ଏକ ଖୁବ୍ ଉପଯୋଗୀ ଫଳ ଅଟେ । ଏଥିରେ ଭିଟାମିନ -ସି ସହ ସାଇଟୋନ୍ୟୁଟ୍ରିଏଣ୍ଟସ ଓ ଫୋଲିକ୍ ଏସିଡ୍ ଥାଏ । ଯାହା ବୁଦ୍ଧିର ବିକାଶ ପାଇଁ ବହୁତ ଜରୁରୀ ଅଟେ । ଏହା ଖାଇଲେ ପିଲାଙ୍କ ଲର୍ଣ୍ଣିଙ୍ଗ ସ୍କିଲର ବୃର୍ଦ୍ଧି ଘଟେ ।

5ଷ୍ଟ୍ରବେରୀ- ଏହି ଫଳରେ ଫିସେଟିନ ନାମକ ଫ୍ଲାବୋନୋଇଡ୍ ମିଳେ । ଯାହା ମେମୋରୀ ବଢାଇବାର ନ୍ୟୁରୋନକୁ ଉତ୍ତେଜିତ କରିବାରେ ସାହାଯ୍ୟ କରିଥାଏ । ଏକ ଡାକ୍ତରୀ ରିପୋର୍ଟ ଅନୁସାରେ ସପ୍ତାହରେ ୨-୩ଥର ଷ୍ଟ୍ରବେରୀ ଖାଇବା ଉଚିତ୍ ।