କେମିତି ଝିଅକୁ ବିବାହ କରିବାକୁ ଚାହାଁନ୍ତି ପୁଅ ?

249

marriage3-1ଆଧୁନିକତାର ଚାକଚକ୍ୟରେ ଏବେ ସମସ୍ତେ ମତୁଆଲା । ସମୟ ବଦଳିବା ସହ ଚାଲିଚଳନ .କଥାବାର୍ତା ଓ ବେଶଭୂଷାରେ ଖୁବ୍ ପରିବର୍ତନ ଘଟିଚାଲିଛି । ଆଜିକାଲି ପୁଅମାନେ ଲଭ ଆଫେୟାର୍ସ ଓ ରୋମାଂଟିକ୍ ମୁଡରେ ରହିବାକୁ ପସନ୍ଦ କରୁଛନ୍ତି । ଆଧୁନିକା ,ଷ୍ଟାଇଲିଷ୍ଟ ଓ ସୁନ୍ଦରୀ ଝିଅଙ୍କ ସହ ମିଳାମିଶା ଓ ବନ୍ଧୁତା ସଂପର୍କ ପାଇଁ ଖୁବ ଇଛା ରଖିଥାନ୍ତି ପୁଅମାନେ ।
ହେଲେ ଯେତେବେଳେ ବିବାହ କଥା ଆସେ । ସେତେବେଳେ କିନ୍ତୁ ପୁଅଙ୍କର ପସନ୍ଦ ଓ ନାପସନ୍ଦର କଥା ଉଠେ । ମନରେ ଆସେ ଗମ୍ଭୀରତା । କାଳେ କେଉଁଠି ଭୁଲ୍ ହୋଇଯିବ ଜୀବନ ସାଥି ବାଛିବାରେ । ଖୁବ୍ ସର୍ତକ ହୋଇଯା’ନ୍ତି ।
3ଏମିତି ଝିଅ ପସନ୍ଦ କରନ୍ତି ପୁଅ –
୧ – କମ୍ କହୁଥିବ ଓ ସଂସ୍କାରୀ ଝିଅ ପୁଅଙ୍କର ମନ କିଣିଥାଏ । ପୁଅଟିଏ ବିବାହ ପାଇଁ ନିଜ ଘରକୁ ବୁଝିଲା ଭଳି ଝିଅ ଖୋଜିଥାଏ । ନିଜ ମାତାପିତାଙ୍କ ସେବା କରି ପାରିବ. ସେମାନଙ୍କ ପାଇଁ ରୁଚିକର ଖାଦ୍ୟ ପ୍ରସ୍ତୁତ କରୁଥିବ ଏବଂ ଘରର ସମସ୍ତକୁ ଏକତ୍ର ନେଇ ଚଳି ପାରୁଥିବ ।
୨–ଏହାଛଡା ଆତ୍ମବିଶ୍ୱାସୀ , ସଚ୍ଚୋଟ ଓ ଚତୁର ସ୍ୱଭାବର ଝିଅ ପୁଅକୁ ଆକର୍ଷଣ କରିଥାଏ ।
xindian-wedding-couple-photo-poses-jpg-pagespeed-ic-gg4hd_iwdl୩ – ବିବାହ ପୂର୍ବରୁ ପ୍ରଥମ ସାକ୍ଷାତର ବାର୍ତାଳାପ ଓ ବିବାହପରର ଫ୍ୟୁଚର ପ୍ଲାନିଂ ,ଏସବୁ ନେଇ ଗୋଟେ ଝିଅର ମନକୁ ଜାଣିବାକୁ ଚାହିଁଥାଏ ପୁଅଟିଏ ।
୪ – ଆରେଂଜ ମ୍ୟାରେଜକୁ ନେଇ ପୁଅଟିଏ ଯେତିକି ଏକ୍ସାଇଟେଡ ଥାଏ , ଝିଅଟିଏ ମଧ୍ୟ ସେତିକି ନର୍ଭସ ଥାଏ । ଝିଅର ଏହି ଅନ୍ଦାଜ ପୁରୁଷକୁ ଆକର୍ଷିତ କରିଥାଏ ।
1-11୫ – ପୁରୁଷର ଅନେକ କାଇଦା କଟକଣା ଓ ନୀତି ନିୟମ ଥାଏ । ଏହାକୁ ଗୁରୁତର ନଭାବି ଯେଉଁ ଝିଅ ସବୁ ହସଖୁସିରେ ଚଳେଇ ନିଏ । ସେ ଝିଅ ଭଲ ଜୀବନସାଥୀ ହେବ ବୋଲି ପୁଅଟିଏ ଭାବିଥାଏ । ବିଶେଷକରୀ ପରିସ୍ଥିତି ଓ ପରିବେଶକୁ ଖାପଖୁଆଇ ଚଳିପାରୁଥିବା ଝିଅକୁ ପୁଅଟିଏ ପସନ୍ଦ କରିଥାଏ ।

ଏହାସହ ମଧ୍ୟ ଦେଖନ୍ତୁ-ପ୍ରେମରେ ବିଚ୍ଛେଦ ପରେ ଯୁବତୀ ମନରେ ଉଙ୍କିମାରେ ୫ଟି ପ୍ରଶ୍ନ