ଚୁମ୍ବନ ପଛର ସତ ! ମିଳେ ମାନସିକ ଶାନ୍ତି ଓ ଶାରୀରିକ ତୃପ୍ତି

322

k2ଏବେ ନୂଆ ନୂଆ କଥା ସବୁ ଶୁଣିବାକୁ ଓ ଦେଖିବାକୁ ମିଳୁଛି । ଚିକିତ୍ସା ବିଜ୍ଞାନ ଯେତେଯେତେ ଆଗକୁ ଯାଉଛି ଶରୀରଚର୍ଯ୍ୟାକୁ ନେଇ ମଣିଷ ମନରେ ସେତିକି କୈାତୁହଳ ଓ ଉପାୟମାନ ଜାତ ହେଉଛି ।

ହଁ , ପ୍ରେମ ଓ ଭଲପାଇବା ମଣିଷର ଏକ ସହଜାତ ପ୍ରବୃତି । ଭଲପାଇବାକୁ ମଣିଷର ନିଜ ଶାରୀରିକ ଭାବଭଂଗୀରେ ପରିପ୍ରକାଶ କରିଥାଏ । ସେଥିମଧ୍ୟରୁ ଚୁମ୍ବନ କଳାର ସୃଷ୍ଟି । କୁହାଯାଏ ଚୁମ୍ବନ ଦ୍ୱାରା ଗୋଟେ ମନର ଭାଷାକୁ ଠିକରେ ପଢି ହୋଇଥାଏ । ନିଜ ମନର ସବୁ ଭାବ ଓ ଭାବନା ଚୁମ୍ବନରେ ଠିକରେ ରୂପାୟିତ ହୁଏ ନିଜର ଆପଣାର ଲୋକ ପାଖରେ । ସେ ତୁମ ପାଇଁ କେତେ ଜରୁରୀ ଚୁମ୍ବନ କହିଦିଏ ।
k-4ଏକ ଅଧ୍ୟୟନରୁ ଜଣାପଡିଛି ଚୁମ୍ବନ କେବଳ ପ୍ରେମ ଓ ଭଲପାଇବାରେ ଉଦ୍ଦିଷ୍ଟ ନୁହେଁ , ଏହା ଶରୀର ପାଇଁ ମଧ୍ୟ ଖୁବ ଭଲ । ଚୁମ୍ବନ ଦେଲେ ଅନେକ ଲାଭ ହୋଇଥାଏ ।

୧ -ପରସ୍ପର ଭିତରେ ସଂପର୍କ ନିବିଡ ହୁଏ
ସ୍ଥାନ କାଳ ପାତ୍ରରେ ଚୁମ୍ବନର ପରିଭାଷା ବଦଳିଥାଏ । ମନର ସ୍ନେହ ,ଶ୍ରଦ୍ଧାକୁ ମଜବୁତ କରିଥାଏ ଚୁମ୍ବନ । ଚୁମ୍ବନ କେତେବେଳେ ନିଜ ପ୍ରିୟର ମଣିଷ ପାଇଁ ରକ୍ଷା କବଚ ବି ସାଜିଥାଏ ତ କେବେବେଳେ ଦୁଇଟି ନିରସ ହୃଦୟରେ ସରସତା ଭରିଥାଏ ।
k-5୨ – ଶରୀରରେ କାମ ପ୍ରବଣତାର ବିକାଶ
ଚୁମ୍ବନ , ମୈଥୁନ କ୍ରିୟାକୁ ସକ୍ରିୟ କରିଥାଏ । ଏହା ମନରେ ପ୍ରଣୟ ଭାବର ଅୟମାରମ୍ଭ ଘଟାଇଥାଏ । ଚୁମ୍ବନ ବେଳେ ମହିଳା ଓ ପୁରୁଷ ଅଙ୍ଗରେ ଲଭ ହରମୋନ ତିଆରି ହୁଏ । ଯାହା ପ୍ରେମ ଓ ପ୍ରୟଣକୁ ମଧୁର ଓ ଦୃଢ କରେ । ଆପଣ ଯେତେ ସମୟ ଓ ଅଧିକା ଚୁମ୍ବନ ନିଜ ପାର୍ଟନରକୁ ଦେବେ ଏହା ଆପଣଙ୍କ ସାଥୀ ପ୍ରତି ଆପଣର ସମର୍ପଣ ଭାବକୁ ସୂଚାଇବ ।
୩ -ଚୁମ୍ବନ ଜରିଆରେ ସାଥୀର ମନକୁ ଜାଣିପାରିବେ
ବିଜ୍ଞାନ ସବୁଜିନିଷ ପାଇ ଔଷଧ ବାହାର କରିପାରିଛି । ହେଲେ ମନର ଗତି ବିଧି ପାଇଁ ଫେଲ ମାରିଛି । ହେଲେ ଚୁମ୍ବନ ଦ୍ୱାରା ଚିକିତ୍ସା ବିଜ୍ଞାନର ଏ ଅଭାବ ପୂରଣ ହୋଇପାରିବ । ଚୁମ୍ବନ ଦ୍ୱାରା ଆପଣ ଜାଣିପାରିବେ ଆପଣଙ୍କ ସାଥି ଆପଣଙ୍କୁ କେତେ ଚାହୁଁଛି । କେତେ ଆପଣାଇଛନ୍ତି ପାର୍ଟନରକୁ । ଏହା ଦ୍ୱାରା ମାପି ପାରିବେ ଜଣକର ପ୍ରେମ ଭାବ ।
k-6୪- ଖୁସିର ସ୍ତର ବଢିଥାଏ
ସାଥି ବା ନିଜ ପ୍ରିୟ ପରିଜନର ଏକ ଖୁସିର ଚୁମ୍ବନ ମନରେ ଖୁସିକୁ ଦ୍ୱିଗୁଣିତ କରିଥାଏ । ଦୁଃଖ ଓ ଚିନ୍ତିତ ମନ ଓ ହୃଦୟରେ ଆନନ୍ଦର ଲହରୀ ଖେଳାଇଥାଏ । ଚୁମ୍ବନରେ ମୁହଁର ୩୪ ମାଂସପେଶୀର ବିକଶିତ ଘଟେ । ଏହା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ବୃଦ୍ଧି ଘଟେ । ଚେହେରାରେ କୁଂଚନ ସୃଷ୍ଟି ହୁଏନାହିଁ ।
୫- ହୃଦୟକୁ ମଜବୁତ କରେ
ଚୁମ୍ବନ ହୃଦୟକୁ ଶକ୍ତ କରେ । ଦୃର୍ବଳ ହୃଦୟକୁ ସବଳ କରେ ଓ ଶକ୍ତି ସଂଚାର କରେ । ଶରୀରରେ ରକ୍ତ ଚାପକୁ ନିୟନ୍ତ୍ରିତ କରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଚୁମ୍ବନ ହାର୍ଟ ଓ ବ୍ଲଡ ଭେସେଲକୁ ଠିକରେ ରଖିଥାଏ ।
୬- ଶରୀରର ଚର୍ବି କମାଇଥାଏ
କ୍ୟାଲୋରୀ କମାଇବାରେ ଏହା ଖୁବ୍ ସାହାଯ୍ୟ କରିଥାଏ । ଗୋଟିଏ କିସ୍ ୧୦ରୁ ୧୫ କ୍ୟାଲୋରି କମାଇଥାଏ । ଏଣୁ ନିଜ ସାଥୀ ସହ ଯେଉଁମାନେ ଚୁମ୍ବନରେ ଲିପ୍ତ ଥିବେ । ସେମାନେ ଚର୍ବି କମାଇବାରେ ଚିନ୍ତା ମୁକ୍ତ ରହିବେ ।
୭- ଦାନ୍ତ ପାଇଁ ଉପକାରୀ
ମନରେ ପ୍ରଶ୍ନ ଆସିବ ଚୁମ୍ବନରେ ଦାନ୍ତର ତ କିଛି ଭାଗିଦାରୀ ନଥାଏ । ହେଲେ ଫାଇଦା କଣ ? ହଁ ଏଥିରେ ବି ଫାଇଦା ଅଛି । ଏକ ବୈଜ୍ଞାନିକ ଅନୁଧ୍ୟାନରୁ ଏହା ଜଣା ଯେ ଚୁମ୍ବନରେ ଦାନ୍ତ ବି ଲାଭ ପାଏ । ଦାନ୍ତକୁ ସଫା ରଖିବା ପାଇଁ ଚୁମ୍ବନ ସବୁଠୁ ପ୍ରାକୃତିକ ତରିକା । ଏହା ଟୁଥ୍ କ୍ୟାଭିଟିକୁ ରୋକିଥାଏ ।
romanticlovebirdsmillion୮- କ୍ଲାନ୍ତି ଦୂର କରେ
ଯଦି ଆପଣ କାର୍ଯ୍ୟବ୍ୟସ୍ତତାରେ ଖୁବ୍ କ୍ଲାନ୍ତ ଓ ଅବଶ । ତେବେ ନିଜ ସାଥୀ ଓ ସଙ୍ଗିନୀକୁ ଯାଇ ଖୁସିର ଚୁମ୍ବନ ଦେଉଛନ୍ତି , ଏହା ତତକ୍ଷଣାତ ଆପଣଙ୍କ କ୍ଲାନ୍ତି ଓ ଥକାପଣକୁ ଦୂରେଇଦେବ । ଚୁମ୍ବନ କ୍ଲାନ୍ତି ବଢାଉଥିବା ହରମୋନକୁ ନୟନ୍ତ୍ରିତ କରିଥାଏ । ଏହି କ୍ଲାନ୍ତି ବଢାଉଥିବା ହରମୋନ ଆମର ପାଚନତନ୍ତ୍ରରେ ବି ଖରାପ ପ୍ରଭାବ ପକାଇଥାଏ । ଏଣୁ ଯଦି ଆପଣ ନିଜ ସାଥୀ ସହ ଚୁମ୍ବନ କ୍ରିୟା କରୁଥିବେ ତେବେ ସବୁ ନକରାତ୍ମକ ପ୍ରଭାବରୁ ରକ୍ଷା ପାଇବେ ।