ସଙ୍ଗୀତପ୍ରେମୀକୁ ରେଡ଼ିଓ ଚକଲେଟର ଉପହାର : ରିଲିଜ କଲା ସଙ୍ଗ ‘ଜିଇଁବାଟା କେଡ଼େ ମୁସ୍କିଲ’, କଣ୍ଠଦାନ କରିଛନ୍ତି ଅନନ୍ୟା ଏବଂ ବିଷ୍ଣୁ

32

ରେଡିଓ ଚକଲେଟ୍ ୧୦୪ ଏଫଏମ୍ ତରଫରୁ ମୁକ୍ତିଲାଭ କରିଛି ଏକ ମନଛୁଆଁ ମେଲୋଡିୟସ ରୋମାଂଟିକ୍ ସଙ୍ଗ ‘ଜିଇଁବାଟା କେଡେ ମୁସକିଲ’ । ଗୀତଟିକୁ ୟୁଟ୍ୟୁବରେ ରିଲିଜ୍ କରାଯାଇଛି । ଆଉ ସୋସିଆଲ୍ ମିଡିଆରେ ମଧ୍ୟ ଏହି ଗୀତକୁ ସଙ୍ଗୀତପ୍ରେମୀ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଏହି ମନଛୁଆଁ ଗୀତରେ କଣ୍ଠଦାନ କରିଛନ୍ତି ଇଣ୍ଡିଆନ ଆଇଡଲ ଫେମ ଅନନ୍ୟା ଶ୍ରୀତମ ନନ୍ଦ ଏବଂ ଓଡିଶାର ଲୋକପ୍ରିୟ ଗାୟକ ବିଷ୍ଣୁ ମୋହନ କବି । ଦୁହିଁଙ୍କ ମ୍ୟାଜିକାଲ ଭଏସ ଗୀତକୁ ଆହୁରି ମଧୁର କରିଛି । ଏହି ମ୍ୟୁଜିକ୍ ଭିଡିଓରେ ଅନନ୍ୟା ଏବଂ ବିଷ୍ଣୁଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ନିକଟରେ ଏହି ଗୀତର ଭିଡିଓ ମେକିଂ ରେଡିଓ ଚକଲେଟରେ କରାଯାଇଥିଲା । ଭିଡିଓରେ ଦୁଇ ଜଣ ସିଙ୍ଗରଙ୍କୁ ଦେଖିବାକୁ ମିଳିଛି । ଏହି ରୋମାଂଟିକ୍ ଗୀତର ଲିରିକ୍ସ ଦେଇଛନ୍ତି ରେଡିଓ ଚଳଲେଟର ଆରଜେ ସଂଗ୍ରାମ ବା ସଂଗ୍ରାମ ମିଶ୍ର । ସୌମିତ୍ରି ପଲାଇଙ୍କ ମନଛୁଆ ସଙ୍ଗୀତ ଏହି ଗୀତକୁ ଆହୁରି ସ୍ମୃତିିମଧୁର କରିଛି । ରେଡିଓ ଚକଲେଟ୍ ୧୦୪ ଏଫଏମ୍ ପ୍ରତ୍ୟେକ ସପ୍ତାହରେ ନୂଆ ନୂଆ ଭିନ୍ନ ସ୍ୱାଦର ଗୀତ ସବୁ ପ୍ରସ୍ତୁତ କରିଥାଏ । ଆଉ ଚଳିତ ସପ୍ତାହରେ ଏହି ଗୀତକୁ ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ଗୀତ ଭଳି ସ୍ରୋତା ଏହି ଗୀତକୁ ବି ପସନ୍ଦ କରିବେ ବୋଲି ଆଶା କରାଯାଉଛି ।