ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ : ଜୟପୁରର ଅମନ ବଂଶାଲ ଟପ୍ପର

51

ଭୁବନେଶ୍ୱର ବ୍ୟୁରୋ .କନକ ନ୍ୟୁଜ୍ : ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ । ଜୟପୁରର ଅମନ ବଂଶାଲ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଭବେଶ ଧିଂଗ୍ରା ଓ ତୃତୀୟ ସ୍ଥାନରେ କୁନାଲ ଗୋଏଲ ରହିଛନ୍ତି । ୱେବସାଇଟ୍-ଜେଇଇଏଡିଭି ଡଟ୍ ଏସି ଡଟ୍ ଇନ୍ରେ ପରୀକ୍ଷାଫଳ ଉପଲବ୍ଧ ହୋଇଛି । ଦେଶରେ ଏକ ଲକ୍ଷ ୯୮ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ ପ୍ରବେଶିକା ଦେଇଥିବା ବେଳେ ଓଡିଶାରୁ ପରୀକ୍ଷା ଦେଇଛନ୍ତି ୩ ହଜାର ୩୩୧ ଜଣ ଛାତ୍ରଛାତ୍ରୀ । ଗତ ମେ ୨୨ ତାରିଖରେ ଦୁଇଟି ପର୍ଯ୍ୟାୟରେ ଜେଇଇ ଆଡଭାନ୍ସ ପରୀକ୍ଷା ହୋଇଥିଲା । ଉଭୟ ପ୍ରଥମ ଓ ଦ୍ୱିତୀୟ ପେପର ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ହିଁ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହେବେ । ଜେଇଇ ଆଡଭାନ୍ସ ବୋର୍ଡ ଆନୁକୂଲ୍ୟରେ ଆଇଆଇଟି ଗୋହାଟୀ ଚଳିତବର୍ଷ ଜେଇଇ ଆଡଭାନ୍ସ ପରୀକ୍ଷାର ଆୟୋଜନ କରିଥିଲା ।