ଆଜିଠୁ ଜେଇଇ ମେନ୍ ଅନଲାଇନ୍ ପରୀକ୍ଷା : ଦୁଇଟି ସିଟିଂରେ ହେବ ପରୀକ୍ଷା

12

କନକ ବ୍ୟୁରୋ : ଇଂଜିନିୟରିଂ ପାଠ୍ୟକ୍ରମରେ ନାଁ ଲେଖା ପାଇଁ ଆଜି ଜେଇଇ ମେନ୍ ଅନଲାଇନ୍ ପରୀକ୍ଷା ହେବ । ଶନିବାର ଓ ରବିବାର ଦୁଇ ଦିନ ଧରି ସାରା ଦେଶରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଦୁଇଟି ସିଟିଂରେ ସକାଳ ୯ଟା ୩୦ ରୁ ୧୨ ଟା ୩୦ ଏବଂ ଅପରାହ୍ନ ୨ଟାରୁ ୫ ଯାଏଁ ପରୀକ୍ଷା ହେବ । ଦୁଇ ଦିନ ଧରି ହେବାକୁ ଥିବା ଏହି ପରୀକ୍ଷା ପାଇଁ ଭୁବନେଶ୍ୱର, କଟକ, ସମ୍ବଲପୁର, ବାଲେଶ୍ୱର, ରାଉରକେଲା ଓ ବ୍ରହ୍ମପୁରରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଓଡିଶାରୁ ୪ ହଜାର ପରୀକ୍ଷାର୍ଥୀ ଅଛନ୍ତି ।