ଆଜି ସର୍ବଭାରତୀୟ ଜେଇଇ ଆଡଭାନସ ! ଆଇଆଇଟି ଓ ଧାନବାଦ ଆଇଏସଏମରେ ନାମଲେଖା ଲାଗି ହେବ ପରୀକ୍ଷା

26

କନକ ବ୍ୟୁରୋ : ଆଜି ସର୍ବଭାରତୀୟ ଜେଇଇ ଆଡଭାନସ । ଦେଶରେ ଥିବା ସମସ୍ତ ଆଇଆଇଟି ଓ ଧାନବାଦ ଆଇଏସଏମ ଲାଗି ଜେଇଇ ଆଡଭାନ୍ସ ପରୀକ୍ଷା ହେବ । ସାରା ଦେଶରେ ୨ ଲକ୍ଷ ୨୦ ହଜାର ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ । ଏଥିମଧ୍ୟରେ ରହିଛନ୍ତି ରାଜ୍ୟରେ ୨ ହଜାର ଛାତ୍ରଛାତ୍ରୀ । ରାଉରକେଲା, ଭୁବନେଶ୍ୱର ଓ ବ୍ରହ୍ମପୁରରେ ଏହି ପରୀକ୍ଷା ହେବ । ପରୀକ୍ଷା ଦୁଇଟି ସିଟିଂରେ ହେବ ।

ପ୍ରଥମ ସିଟିଂ ୯ଟାରୁ ୧୨ଟା ଓ ଦ୍ୱିତୀୟ ସିଟିଂ ୨ଟାରୁ ୫ଟା ଯାଏଁ ହେବ । ତେବେ ନିର୍ଦ୍ଧାରିତ ସମୟ ପରେ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ଛଡାଯିବ ନାହିଁ । ପରୀକ୍ଷା କେନ୍ଦ୍ରକୁ ଇଲୋକ୍ରୋନିକ୍ସ ସାମଗ୍ରୀ ନେବା ଉପରେ କଟକଣା ଜାରି କରାଯାଇଛି । ଜୁନ ୪ରୁ ପରୀକ୍ଷାର୍ଥୀ ଅନଲାଇନରେ ସେମାନଙ୍କ ଉତର ଖାତା ରଖିପାରିବେ । ଜୁନ ୧୧ରେ ପରୀକ୍ଷାଫଳ ପ୍ରକାଶ ପାଇବ ।