ଆଜି ଜେଇଇ ଆଡଭାନ୍ସ ପରୀକ୍ଷା : ଓଡିଶାର ରାଉରକେଲା ଓ ଭୁବନେଶ୍ୱରରେ ସେଂଟର

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ଅନୁଷ୍ଠିତ ହେଉଛି ଜେଇଇ ଆଡଭାନ୍ସ । ଦେଶରେ ଥିବା ବିଭିନ୍ନ ଆଇଆଇଟି ଗୁଡିକରେ ନାମ ଲେଖା ପାଇଁ ଏହି ସର୍ବଭାରତୀୟ ପରୀକ୍ଷା ଅନୁଷ୍ଠିତ ହେଉଛି । ଓଡିଶାରେ ଦୁଇଟି ସହର ଭୁବନେଶ୍ୱର ଓ ରାଉରକେଲାରେ ସେଂଟର ହୋଇଥିବାବେଳେ ମୋଟ ୩ ହଜାର ୪୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଦୁଇଟି ସିଟିଂରେ ପରୀକ୍ଷା ହେଉଥିବାବେଳେ ପ୍ରଥମ ସିଟିଂ ସକାଳ ୯ଟାରୁ ଆରମ୍ଭ ହୋଇଛି । ଏହା ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱୀତିୟ ସିଟିଂ ଦିନ ୨ଟାରୁ ୫ଟା ଯାଏ ହେବ  । ଏଥିପାଇଁ ପରୀକ୍ଷା ସେଂଟରଗୁଡିକରେ ସୁରକ୍ଷା ବ୍ୟବସ୍ତାକୁ କଡାକଡି କରାଯାଇଛି ।