ଜାପାନୀ ଜ୍ୱର ଆଗରେ ଆତ୍ମସମର୍ପଣ କଲେ ସରକାର : ଜାତୀୟ ବିପତି ଘୋଷଣା ଦାବି

20

ମାଲକାନଗିରି : ବେକାବୁ ଜାପାନୀ ଏନସେଫାଲାଇଟିସ । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ପ୍ରାଣ ହରାଇଛନ୍ତି ୨ଜଣ ଶିଶୁ । ମାଥିଲି ହାଟପଦା ସାହିର ୫ ବର୍ଷର ଶିଶୁ ଝାନସି ଭୂମିୟା ଓ କୋରୁକୁଣ୍ଡା ବ୍ଲକ ଡଙ୍ଗାଗୁଡା ଗାଁର ବାବୁଲା ବାଲସାର ମୃତ୍ୟୁ ହୋଇଛି । ଏହାସହ ୫୯ ଦିନରେ ମୃତ୍ୟୁ ସଂଖ୍ୟା ୯୭ରେ ପହଂଚିଛି ।

୨ମାସ ହେଲା ମାଲକାନଗିରି ଜିଲ୍ଲାରେ ଜାପାନୀ ଏନସେଫାଲାଇଟିସ ବ୍ୟାପିଥିବା ବେଳେ ଏହାକୁ ରୋକିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସଚିବ ଓ କେନ୍ଦ୍ରୀୟ ପ୍ରତିନିଧି ଦଳ ମଧ୍ୟ ପ୍ରଭାବିତ ଅଂଚଳ ଗସ୍ତ କରିଛନ୍ତି । କିନ୍ତୁ ଜାପାନୀ ଏନସେଫାଲାଇଟିସକୁ ରୋକା ଯାଇପାରିନାହିଁ । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଜାପାନୀ ଜ୍ୱରରେ ଆକ୍ରାନ୍ତ କୌଣସି ଶିଶୁ ଏଯାଏଁ ସୁସ୍ଥ ହୋଇ ଘରକୁ ଫେରିନାହାନ୍ତି  ।