ଶତକ ପରେ ବି ଥମୁନି ଜାପାନୀ ଏନସାଫାଲାଇଟିସ୍ : ୬୫ଦିନରେ ୧୦୬ରେ ପହଂଚିଲା ମୃତ୍ୟୁ ସଂଖ୍ୟା

28

ମାଲକାନଗିରି : ନିୟନ୍ତ୍ରଣ ବାହାରେ ଜାପାନୀ ଏନସାଫାଲାଇଟିସ୍ । ଆଜି ଚିକିତ୍ସାଧିନ ଅବସ୍ଥାରେ ଆଉ ଏକ ଶିଶୁପୁତ୍ରର ମୃତ୍ୟୁ ହୋଇଛି । ମୃତ ଶିଶୁଟି ହେଉଛି କୋରୁକୁଣ୍ଡା ବ୍ଲକ ଦିଶାରିଗୁଡା ଗାଁର ରାମଚନ୍ଦ୍ର ନାୟକ । ଗତକାଲି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା ।

କୋରୁକୁଣ୍ଡା ବ୍ଲକ ସୁର୍ଲୁକୁଣ୍ଡା ଗାଁର ପ୍ରୀତି ସୋଢୀ ଓ ମାଲକନାଗିରି ବ୍ଲକ ଦରିଗୁଡା ଗାଁର ୩ ବର୍ଷର ଶିଶୁ ସୁରେନ୍ଦ୍ର ମାଢିଙ୍କ ମୃତ୍ୟୁ ହୋଇଛି । ଏହା ସହ କୋରୁକୁଣ୍ଡା ବ୍ଲକ ଡଙ୍ଗାଗୁଡା ଗାଁର ଦେଢ ବର୍ଷର ଶିଶୁ ନିଲୁ ହାଲୱାଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଏହାସହ ୬୫ ଦିନରେ ମୃତ୍ୟୁ ସଂଖ୍ୟା ୧୦୬ରେ ପହଂଚିଛି ।

୨ ମାସରୁ ଅଧିକ ସମୟ ହେଲା ମାଲକାନଗିରି ଜିଲ୍ଲାରେ ଜାପାନୀ ଏନସାଫାଲାଇଟିସ୍ ବ୍ୟାପିଥିବା ବେଳେ ଏହାକୁ ରୋକିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର ।