ବିଜେପି-ଜେଡିୟୁ ମଧ୍ୟରେ ଫାଟ । ଆଗକୁ ଏନଡିଏର କୌଣସି ମନ୍ତ୍ରିମଣ୍ଡଳରେ ସାମିଲ ହେବନି ଜେଡିୟୁ ।

347

କନକ ବ୍ୟୁରୋ: ବଢ଼ିଲା ଦୂରତା ଭାଜପା-ଜେଡିୟୁ ମଧ୍ୟରେ ଫାଟ । ଭବିଷ୍ୟତରେ ଏନଡିଏ ମନ୍ତ୍ରିମଣ୍ଡଳରେ ସାମିଲ ହେବନି ଜେଡିୟୁ । କାରଣ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜେଡିୟୁ ଦାବି କରୁଥିବା ଆବଶ୍ୟକ ସଂଖ୍ୟକ ମନ୍ତ୍ରୀ ନ ଦେବା ପରେ ଭାଜପା ଏବଂ ଜେଡିୟୁ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି । ଏହାର ଫଳସ୍ବରୂପ ଆଗାମୀ ଦିନରେ ଏନଡିଏ ମନ୍ତ୍ରିମଣ୍ଡଳରେ ସାମିଲ ହେବନି ଜେଡିୟୁ ବୋଲି କହିଛନ୍ତି ଜେଡିୟୁ ମୁଖପାତ୍ର କେ.ସି ତ୍ୟାଗୀ ।

ଅନ୍ୟପଟେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ୮ ଜଣ ଦଳୀୟ ବିଧାୟକଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି । ଜେଡିୟୁ ବିଧାୟକଙ୍କୁ ଛାଡ଼ିଦେଲେ ମେଣ୍ଟ ସରକାରରେ ସାମିଲ ଥିବା ଭାଜପା ଓ ଲୋକ ଜନଶକ୍ତି ପାର୍ଟିର ବିଧାୟକ ଏହି ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ନାହାନ୍ତି। ବିହାର ଉପମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ସୁଶୀଲ ମୋଦି। ସେ କହିଛନ୍ତି,ଦୁଇ ଦଳ ମଧ୍ୟରେ ବୁଝାମଣା ଠିକ ରହିଛି ।