ବିହାର ମେଂଟକୁ ନେଇ ଜେଡିୟୁରେ ଫାଟ ! ରାହୁଲଙ୍କୁ ଭେଟିବା ପରେ ଶରଦ ଯାଦବଙ୍କ ଘରେ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ମେଳି

19

କନକ ବ୍ୟୁରୋ : ବିଜେପି ସହ ମେଂଟକୁ ନେଇ ଅସନ୍ତୁଷ୍ଟ ଜେଡିୟୁ ସାଂସଦ, କଂଗ୍ରେସ ନେତା ଶରଦ ଯାଦବଙ୍କୁ ସାକ୍ଷତ କରିଛନ୍ତି । ବିଜେପି ସହ ଜେଡିୟୁର ମେଂଟ ସଂପର୍କରେ ଶରଦ ଯାଦବଙ୍କୁ ମଧ୍ୟ ଆଗରୁ ଜଣାନଥିଲା ବୋଲି ଅସନ୍ତୁଷ୍ଟ ଗୋଷ୍ଠୀ କହିଛନ୍ତି । ତେବେ ଦଳ ବିରୋଧରେ ବିଦ୍ରୋହକୁ ଜେଡିୟୁର ଅସନ୍ତୁଷ୍ଟ ସାଂସଦମାନେ ମନା କରିଥିବା ବେଳେ ଦଳର ଆଭ୍ୟନ୍ତରୀଣ ଗଣତନ୍ତ୍ର ବଜାୟ ରଖିବା ଉପରେ ଜୋର ଦେଇଛନ୍ତି । ବିଜେପି ସହ ମେଂଟକୁ ନେଇ ଜେଡିୟୁ ଦୁଇ ଭାଗ ହେଉଥିବା ଚର୍ଚ୍ଚା ହେଉଛି ।

ସେପଟେ ଲାଲୁ ପ୍ରସାଦ ଯାଦବଙ୍କ ବାସଭବନରେ ଆରଜେଡି ଓ କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ବିିଧାନସଭାରେ ନୀତିଶଙ୍କ ସଂଖ୍ୟା ଗରିଷ୍ଠତା ପ୍ରମାଣକୁ ବିରୋଧ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି । ଅନ୍ୟପଟେ ଆଜି ନୀତିଶଙ୍କ ବହୁମତ ସାବ୍ୟସ୍ତ ସମୟରେ ଆରଜେଡି-କଂଗ୍ରେସ ଗୁପ୍ତମତଦାନ ପାଇଁ ଦାବି କରିବାକୁ ଯୋଜନା କରିଛି । ଏହା ବିଜେପି-ଜେଡିୟୁର ମୁଖା ଖୋଲିଦେବ ବୋଲି ଆରଜେଡି ନେତା ବିରେନ୍ଦ୍ର କହିଛନ୍ତି ।