ପାଟଣାରେ ଆଜି ଜେଡ଼ିୟୁର କାର୍ଯ୍ୟକାରିଣୀ ବୈଠକ ! ଏନଡ଼ିିଏରେ ସାମିଲ ଘୋଷଣା ସହ ବିଦ୍ରୋହୀ ନେତାଙ୍କୁ ହୋଇପାରେ ଦଣ୍ଡବିଧାନ

28

କନକ ବ୍ୟୁରୋ: ବିହାରର ରାଜଧାନୀ ପାଟଣାରେ ଆଜି ଜେଡ଼ିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରୀଣୀ ବୈଠକ ଅନୁଷ୍ଠିତ ହେବ । ଏନଡ଼ିଏରେ ସାମିଲ ହେବା ନେଇ ଆଜି ଔପଚାରିକ ଘୋଷଣା ହୋଇପାରେ । ସେହିପରି ଶରଦ ଯାଦବଙ୍କ ବିରୋଧରେ ଦଳ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିପାରେ ।

ରାଷ୍ଟ୍ରୀୟ କାର୍ଯ୍ୟକାରୀଣୀରେ ଜେଡିୟୁ ସାଂସଦ ଶରଦ ଯାଦବଙ୍କ ସମେତ ବିଦ୍ରୋହୀ ନେତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସମ୍ଭାବନା ରହିଛି । ହୁଏତ ଦଳରୁ ବହିଷ୍କାର ମଧ୍ୟ କରାଯାଇପାରେ ।

ସେପଟେ ଜେଡ଼ିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରୀଣୀ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲେ ବି ସେ ସାମିଲ ହେବେ ନାହିଁ ବୋଲି ସୂଚନା ମିଳିଛି । ପାଟଣାର ଏସକେଏମ ହଲରେ ସେ ନିଜ ସମର୍ଥକଙ୍କ ସହ ଜନ ଅଦାଲତ ବୈଠକ କରିବେ ବୋଲି ଜଣାପଡିଛି ।