କୁକୁର ଖାଇଲା ମଣିଷ ଛୁଆ ! ଜୟପୁରର ହୃଦୟବିଦାରକ ଚିତ୍ର

119

କନକ ବ୍ୟୁରୋ : ହସ୍ପିଟାଲ ଭିତରେ କୁକୁର ଭିଣିଦେଲା ମଣିଷଛୁଆ । ଏଭଲି ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁରରେ । ତେବେ କିଭଳି ଆଉ କେଉଁଠୁ ଆସିଲା ମୃତଦେହ ଏନେଇ ଉଠିଛି ପ୍ରଶ୍ନ । ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି, ୫ ଦିନରେ ମରିଛନ୍ତି ୩ ଛୁଆ ଏବଂ ମୃତ ଶିଶୁଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ତେବେ ଘଟଣାର ତଦନ୍ତ ଆରମ୍ଭ କରିଛି ମିଳିତ ଟିମ୍ । ସେପଟେ ଗୋଟିଏ ସଭ୍ୟ ସମାଜରେ ବଂଚୁଥିବା ମଣିଷ ପାଇଁ ଜୟପୁର ଏହି ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି ।