ଶିଶୁ ମୃତ୍ୟୁକୁ ନେଇ ଜୟପୁର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତେଜନା

20

ଜୟପୁର : ଶିଶୁ ମୃତ୍ୟୁକୁ ନେଇ ଜୟପୁର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତେଜନା । ଝାଡାବାନ୍ତିରେ ପୀଡିତ ଜଣେ ୧୦ ମାସର ଶିଶୁକୁ ନେଇ ଆସିଥିଲେ ପରିବାର ଲୋକେ। ତାଙ୍କ ଦାୟିତ୍ୱରେ ଥିବା ନର୍ସ କେବଳ ଅକ୍ସିଜେନ ଦେଇ ଛାଡିଦେଇଥିଲେ ବୋଲି ପରିବାର ଲୋକେ କହିଛନ୍ତି । କିନ୍ତୁ ପରେ ଡାକ୍ତର ଆସି ଦେଖିବା ବେଳକୁ ଶିଶୁଟିର ମୃତ୍ୟୁ ହୋଇସାରିଥିଲା । ଶିଶୁଟିର ସ୍ୱାସ୍ଥ୍ୟ ଖରାପ ଥିବା ନେଇ ବାରମ୍ବାର କହିଥିଲେ ମଧ୍ୟ ଦାୟିତ୍ୱରେ ଥିବା ନର୍ସ ଜ୍ୟୋତ୍ସ୍ନାରାଣୀ କୌଣସି ଗୁରୁତ୍ୱ ଦେଇନଥିଲେ। ଅନ୍ୟପଟେ ଶିଶୁଟି ମୃତ୍ୟୁ ଘଟିଥିବା ଜାଣି ସେ ଡାକ୍ତରଖାନାରୁ ଫେରାର ହୋଇଯାଇଥିଲେ। ଏହା ପରେ ଡାକ୍ତରଖାନାରେ ଉତେଜନା ଦେଖା ଦେଇଥିଲା। ଏପରିକି ଘଟଣା ସ୍ଥଳରେ ପୋଲିସ ମୁତୟନ ହୋଇଥିଲେ । ତେବେ ସଂପୃକ୍ତ ନର୍ସଙ୍କୁ ଶିଶୁ ବିଭାଗରୁ ହଟାଯାଇଥିବା ନେଇ ସିଡିଏମଓ କହିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।