ଜୟପୁରରୁ ଖୁବଶୀଘ୍ର ଉଡିବ ବିମାନ ! ଉଡ଼ାନ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ସାମିଲ ପାଇଁ ତ୍ୱରାନ୍ୱିତ ହୋଇଛି ଜୟପୁରରୁ ଏୟାରଷ୍ଟ୍ରିପ୍ କାମ

48

କନକ ବ୍ୟୁରୋ : ଉଡ଼ାନ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଜୟପୁର ହେବ ସାମିଲ । ସମୀକ୍ଷା କଲେ ସ୍ୱତନ୍ତ ସଚିବ । ମାର୍ଚ୍ଚ ସୁଦ୍ଧା ଭିତ୍ତିଭୂମି ବିକାଶ ପାଇଁ ନିର୍ଦ୍ଦେଶ । ୨୫୦୦ ଟଙ୍କାରେ ଉଡ଼ିବେ ଲୋକେ । ପ୍ଳାଂଇଂଜୋନ୍ ଘୋଷଣା କରାଯାଇଥିବା ଗ୍ରାମରେ ମାଂସ କାଟିବା ହେଲା ବାରଣ ।

ଜୟପୁରରୁ ଉଡ଼ିବ ବିମାନ । ଉଡ଼େ ଦେଶ କା ଆମ ନାଗରିକ ତଥା ଉଡ଼ାନ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଜୟପୁରରୁ ଉଡ଼ିବ ବିମାନ । ଏଥିପାଇଁ ଖୁବ୍ ଯୋରସୋରରେ ଚାଲିଛି ପ୍ରସ୍ତୁତି । ମାର୍ଚ୍ଚ ଶେଷ ସୁଦ୍ଧା ବିକାଶ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ ସଚିବ ଅଶୋକ ମିନା । ଭୁବନେଶ୍ୱର-ଜୟପୁର ଓ ଜୟପୁରରୁ-ଭୁବନେଶ୍ୱର ପ୍ରତିଦିନ ବିମାନ ଚଳାଚଳ କରିବ । ଏହାସହ ଝାରସୁଗୁଡ଼ା ଓ କଳାହାଣ୍ଡିର ଉତକେଲା ଏବଂ ସମ୍ବଲପୁରକୁ ଆକାଶ ପଥରେ ଯୋଡିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ୱତନ୍ତ୍ର ସଚିବ ଅଶୋକ ମିନା ଜୟପୁର ବିମାନ ବନ୍ଦରଠାରେ ପହଂଚି, କୋରପୁଟ ଜିଲ୍ଳାପାଳ, ଉପଜିଲ୍ଳାପାଳଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ ଏବାବଦରେ ଆଲୋଚନା କରିଛନ୍ତି । ପ୍ରାରମ୍ଭିକ ସ୍ତରରେ ହେଲିକପ୍ଟର ସହ ଛୋଟ ଓ ବଡ଼ ବିମାନ ଅବତରଣ ପାଇଁ ଯୋଜନା କରୁଛନ୍ତି ସରକାର ।

ଜୟପୁର ଏୟାର ଷ୍ଟ୍ରିପର ୧୫ ମିଟର ରନୱେକୁ ବଢ଼ାଯାଇ ୨୩ ମିଟର କରାଯାଇଛି । ସରକାରଙ୍କ ଉଡ଼ାନ ଯୋଜନାରେ ୨୮ ଏକର ଜମିର ଆବଶ୍ୟକତା ଥିବା ବେଳେ ଏୟାରଷ୍ଟ୍ରିପ ୧୦୦ ଏକର ପରିଧି ଭିତରେ ରହିବ । ଜୟପୁର ଏୟାରଷ୍ଟ୍ରିପ୍ ପାଇଁ ୧୪ ଏକର ସରକାରୀ ଜମିଥିବା ବେଳେ ବାକି ୧୪ ଏକର ବେସରକାରୀ ଜମି ଅଧିଗ୍ରହଣ କରାଯାଇଛି । ଜମି ଅଧିଗ୍ରହଣର ପ୍ରଥମ ପର୍ଯ୍ୟାୟରେ ୪୪ ଜଣ ଗ୍ରାମବାସୀଙ୍କୁ ଜମି ବାବଦକୁ ଅର୍ଥ ଦିଆଯାଇଥିବା ବେଳେ ବାକି ୩୭ ଜଣଙ୍କୁ ଦ୍ୱତୀୟ ପର୍ଯ୍ୟାୟରେ ଦିଆଯିବ । ସୁରକ୍ଷା ଦୃଷ୍ଟିରୁ ଏୟାରଷ୍ଟ୍ରିପ୍ ନିକଟରେ ଥିବା ସହରର ଗାଗନାପୁର, ସୌରାଗୁଡ଼ା, ଫୁଲବାଡ଼ ଅଚଂଳରେ ମାଂସ କଙ୍କା ଉପରେ କଟକଣା କରାଯାଇଛି । ଏହାସହ ସୁରକ୍ଷା ପାଇଁ ୪୪ ଜଣ ସଶସ୍ତ୍ର ସୁରକ୍ଷାକର୍ମୀ ଓ ୯ ଜଣ ଅଗ୍ନଶମ କର୍ମଚାରୀଙ୍କୁ ନିୟୋଜିତ କରିବା ପାଇଁ ଯୋଜନା ହୋଇଛି । ଜୟପୁର ଏକ ବ୍ୟବସାୟିକ ପେଠଂସ୍ଥଳୀ । ଉଡ଼ାନ ଯୋଜନାରେ ଜିଲ୍ଳାର ଉନ୍ନତି ହେବା ସହ ଲୋକେ ବହୁ ସୁବିଧା ପାଇବେ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ମୁଖପାତ୍ର ରବିନାରାୟଣ ନନ୍ଦ ।