‘ଦିଅନ୍ତୁ, ଆବଶ୍ୟକତା ଥିଲେ ନିଅନ୍ତୁ’ ! ଅସହାୟଙ୍କୁ ସହାୟତା ଯୋଗାଇବା ପାଇଁ ଜୟପୁର ପ୍ରଶାସନ ପକ୍ଷରୁ ଅଭିନବ ପ୍ରୟାସ

37

କନକ ବ୍ୟୁରୋ : ‘ଦିଅନ୍ତୁ ଆବଶ୍ୟକତା ଥିଲେ ନିଅନ୍ତୁ’ । ଏହି ନାଁରେ ଜୟପୁର ପ୍ରଶାସନ ଆରମ୍ଭ କରିଛି ଏକ ଷ୍ଟୋର । ଯେଉଁଠି ନାଁ ଅଛନ୍ତି ବିକ୍ରେତା ନା ସୁରକ୍ଷା କର୍ମୀ । ଗରିବ ଲୋକଙ୍କୁ ସହାୟତା କରିବାକୁ ଆବଶ୍ୟକୀୟ ପୋଷାକ ଯୋଗାଇଦେବାକୁ ଏଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି ।

ଗରିବଙ୍କ ମୁହଁରେ ହସ ଫୁଟାଇବାକୁ ଜୟପୁର ପ୍ରଶାସନର ଅଭିନବ ପ୍ରୟାସ । ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ପିନ୍ଧିବାକୁ ପୋଷାକ ଖଣ୍ଡିଏ ନାହିଁ । ଏମାନଙ୍କୁ ସହାୟତା କରିବାକୁ ଜୟପୁର ପ୍ରଶାସନ ଆରମ୍ଭ କରିଛି ‘ଦିଅନ୍ତୁ ଆବଶ୍ୟକତା ଥିଲେ ନିଅନ୍ତୁ’ । ଏମିତି ଏକ ଷ୍ଟୋର ଖୋଲାଯାଇଛି ଯେଉଁଠି ନା ଅଛନ୍ତି ବିକ୍ରେତା ଓ ନା ସୁରକ୍ଷା କର୍ମୀ । ପୁରୁଣା ପୋଷାକକୁ ଗୋଟିଏ ସ୍ଥାନରେ ଏକାଠି କରି ରଖାଯାଇଛି । ଯେଉଁଠୁ ଯାହାର ଆବଶ୍ୟକତା ଥିବ ସେ ବିନା ଦ୍ୱନ୍ଦରେ ଆସି ମାଗଣାରେ ନେଇପାରିବ । ଏପରିକି ଯଦି କିଛି ଲୋକ ଏମିତି ସହାୟତା ପାଇଁ ଇଚ୍ଚୁକ ଥାନ୍ତି ସେ ବି ନିଜ ପୋଷାକ ଆଣି ଏଠାରେ ଦେଇପାରିବେ ।

ଉପଜିଲ୍ଳାପାଳଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ପୟାସରେ ସମସ୍ତ ବ୍ୟବସାୟୀ ଓ ପ୍ରଶାସନ ଅଧିକାରୀ ସାମିଲ ହୋଇଛନ୍ତି । ସକାଳ ୯ଟା ହେଲେ ଏଠାରେ ପୋଷାକ ପାଇଁ ଅନେକ ଲୋକଙ୍କ ଭିଡ ମଧ୍ୟ ଜମୁଛି । ଅନ୍ୟ ପକ୍ଷରେ ପ୍ରଶାସନିକ ଅଧିକାରୀଙ୍କୁ ଏହି ପଦକ୍ଷେପ କୁ ସହର ବାସୀ ସ୍ୱାଗତ କରିବା ସହ ଏଭଳି କାର୍ଯ୍ୟକ୍ରମ ସବୁ ଜିଲ୍ଳାରେ ହେବା ଦରକାର ବୋଲି କହିଛନ୍ତି ।