ଜୟପୁରରେ ବନ୍ଦ ହେଲା ବିଲଟ୍ ପେପର ମିଲ: ଛଟେଇ କର୍ମଚାରୀଙ୍କ ବଢୁଛି ସମସ୍ୟା

46

କନକ ବ୍ୟୁରୋ : ଜୟପୁରର ବିଲଟ୍ ପେପର ମିଲରୁ ବନ୍ଦ ହେଲା ପେପର ଉତ୍ପାଦନ । ବହୁ ପୂର୍ବରୁ ଏହାକୁ ବନ୍ଦ କରିବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଚାହୁଁଥିଲେ । କାରଣ ଏଠାରେ ଉତ୍ପାଦନ ହେଉଥିବା ପେପର ଖର୍ଚ୍ଚ ଯେତେ ପରିମାଣରେ ହେଉଥିଲା ସେତିକି ପରିମାଣରେ ଲାଭ ହେଉନଥିଲା । ତେଣୁ କର୍ମଚାରୀଙ୍କୁ ସଠିକ ସମୟରେ ଦରମା ମଧ୍ୟ ଦିଆଯାଇ ପାରୁନଥିଲା । ପରେ ଶ୍ରମିକମାନେ ମଧ୍ୟ ଅନେକ ସମୟରେ ଆନ୍ଦୋଳନ କରୁଥିଲେ । ପରେ କମ୍ପାନୀକୁ ଶ୍ରମିକ ସଂଗଠନ ଅସହୋଯୋଗ କରୁଥିଲେ । ସମସ୍ତଙ୍କ ଅସହୋଯୋଗ କାରଣରୁ କମ୍ପାନୀର କ୍ଷତି ବଢିବାରେ ଲାଗିଲା ଏହାସହ କମ୍ପାନୀର କ୍ଷତିର ପରିମାଣ ମଧ୍ୟ ବଢିଲା । ତେଣୁ ସମସ୍ତ ଦିଗକୁ ଦୃଷ୍ଟିରେ ରଖି କମ୍ପାନୀକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରାଗଲା ବୋଲି କମ୍ପାନୀ ପକ୍ଷରୁ କାରଖାନା ଗେଟରେ ସର୍ବସାଧାରଣଙ୍କୁ ଜଣାଇବାପାଇଁ ଏକ ବିଜ୍ଞପ୍ତି ମରାଯାଇଛି । କମ୍ପାନୀ ପକ୍ଷରୁ ଏପରି ନିଷ୍ପତ୍ତିକୁ ବିରୋଧ କରି କର୍ମଚାରୀମାନେ ଅନଶନରେ ବସିଥିବା ଜଣାପଡିଛି ।

କମ୍ପାନୀ କ୍ଷତିରେ ଚାଲୁଥିବାରୁ ୧୬ ମାସ କର୍ତ୍ତୃପକ୍ଷ କମ୍ପାନୀକୁ ବନ୍ଦ କରିଥିଲେ । ତେବେ ପରେ ପୁଣି ଉତ୍ପାଦନ ଆରମ୍ଭ ହୋଇଥିଲା । ତେବେ କମ୍ପାନୀରେ କାମ କରୁଥିବା କର୍ମଚାରୀମାନେ ଦରମା ପାଇନଥିବାରୁ ବହୁ ଅସୁବିଧାର ସମୁଖୀନ ସେମାନଙ୍କ ପରିବାର । ପେପର ଉତ୍ପାଦନ ବନ୍ଦ ହେବାରୁ ଜୟପୁର ମଧ୍ୟ ଏକପ୍ରକାର ପ୍ରଭାବିତ ହୋଇଥିଲା । ପରେ ଏହାର ପୁନରୁଦ୍ଧାର ହେବାପାଇଁ ଉଭୟ ଜନତା ଓ ନେତା ଏକାଠି ହୋଇଥିଲେ । ଏହି କମ୍ପାନୀ ବେସରକାରୀ ସମସ୍ଥା ଦ୍ୱାରା ପରିଚାଳିତ ହେଉଥିବାରୁ ଏହାର ମାଲିକ ଦିଲ୍ଲୀରେ ରହି ଏହାର କଥା ବୁଝୁଛନ୍ତି । ତେଣୁ ଏଠାକେ କାମ କରୁଥିବା ଲୋକମାନଙ୍କରଲ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ପରେ କର୍ମଚାରୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସହ କିଛି ଚୁକ୍ତି କରିଥିଲା କମ୍ପାନୀ । ଯେପରିକି ସମସ୍ତ କର୍ମଚାରୀଙ୍କୁ ସଠିକ ଭାବରେ ଦରମା ପ୍ରଦାନ କରାଯିବ । ତେବେ ଚୁକ୍ତି ଅନୁସାରେ ବାକିଆ ଅର୍ଥ ଫେରାଯିବା ସହ ସଠିକ ସମୟରେ ଦରମା ଦିଆଯିବ । କିନ୍ତୁ କମ୍ପାନୀ ନିଜର କଥା ରଖିପାରିନଥିବାରୁ ୫୫ ଦିନ ହେଲାଣି ଆନ୍ଦୋଳନ କରୁଛନ୍ତି କର୍ମଚାରୀମାନେ ଏହାସହ ୬ ଦିନ ହେଲାଣି ଅନଶନରେ ମଧ୍ୟ ବସିଛନ୍ତି କର୍ମଚାରୀ । ଯଦି ସେମାନଙ୍କ ବକେୟା ଦରମା ନମିଳିବ ତେବେ ସଂଘ ରାଜରାସ୍ତା କୁ ଓହ୍ଲାଇବା ସହ ଆନ୍ଦୋଳନକୁ ତୀବ୍ର କରିବ ବୋଲି ଚେତାବନୀ ଦେଇଛି । ଏହି ଘଟଣାରେ କମ୍ପାନୀ ପକ୍ଷରୁ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ ।