ଜୟପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା ଗୁରୁତର !

23

କନକ ବ୍ୟୁରୋ : ଜୟପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି । ଏଣୁ ଡାକ୍ତର ତାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିବାକୁ ନିଷ୍ପତି ନେଇଛନ୍ତି । ଆଜି ଏହି ଶୁଶୁ କନ୍ୟାଟି କଟକରେ ପହଂଚିବ । ଆମ୍ବୁଲାନ୍ସ ଓ ସ୍ୱତନ୍ତ୍ର ଡାକ୍ତରୀ ଦଳ ସହ ଶିଶୁଟିକୁ ଏସସିବି ମେଡିକାଲକୁ ଅଣାଯାଉଛି ।

ଶରୀରରେ ରକ୍ତ କ୍ରମାଗତ ଭାବେ କମୁଥିବା ବେଳେ ହିମୋଗ୍ଲୋବିନ ବି ଯଥେଷ୍ଟ କମି ଯାଇଛି । ରାତି ତମାମ ଜଙ୍ଗଲ ଭିତରେ ଝିପି ଝିପି ବର୍ଷାରେ ଭିଜିଥିବାରୁ ତା ଶରୀରରେ ଇନଫେକ୍ସନ ବଢି ଯାଇଥିବା କହିଛନ୍ତି ଡାକ୍ତର । ପ୍ରାଥମିକ ପର୍ଯ୍ୟାୟରେ ଶିଶୁଟିକୁ କିଛି ପରିମାଣରେ ରକ୍ତ ଦିଆଯାଇଛି ।