ଧାନ ମଣ୍ଡି ଖୋଲା ଅଛି ! ଅଧିକାରୀ ବି ଅଛନ୍ତି, ହେଲେ ଧାନ କିଣାଯାଉ ନାହିଁ

22

କନକ ବ୍ୟୁରୋ :  ମଣ୍ଡିରେ ପଡି ରହିଛି ବସ୍ତା ବସ୍ତା ଧାନ । ଏଫଏକ୍ୟୁମାନ ପୁରଣ କରୁନଥିବା କହି ଚାଷୀଙ୍କ ଧାନକୁ କେହି କିଣୁ ନାହାନ୍ତି । ଏପରି ଖବର ଆସିଛି ଜୟପୁର ଜିଲ୍ଲା ଡଙ୍ଗରପାଉଁଶି ମଣ୍ଡିରେ । ଧାନ ମଣ୍ଡି ଖୋଲା ରହିଛି, ଅଧିକାରୀ ବି ଅଛନ୍ତି, ହେଲେ ଧାନ କିଣାଯାଉ ନାହିଁ । ଧାନ ମଣ୍ଡି ଗତ ୨ତାରିଖରୁ ଖୋଲିଥିବା ବେଳେ ଏଫଏକ୍ୟୁ ମାନ ପୁରଣ କରୁନଥିବା ଦର୍ଶାଇ କିଣା ଯାଉ ନାହିଁ ଚାଷୀଙ୍କ ଧାନ । ତେଣୁ ଶୀତ କାକରରେ ପଡିରହି ନିଜ ଧାନକୁ ମଣ୍ଡିରେ ଜଗି ରହିଛନ୍ତି ଚାଷୀ । ଧାନ ବିକ୍ରି ହେବ ଓ ହାତକୁ ଦୁଇ ପଇସା ଆସିବ । ଯେଉଁଥିରେ ହାତ ଉଧାରୀ ଓ ଚାଷ ପାଇଁ ଆଣିଥିବା କରଜ ସୁଝିବା ଆଶାରେ ଚାଷୀ ଅପେକ୍ଷା କରିଛି । ଏଏଫଏକ୍ୟୁ ମାନ ପୁରଣ କରୁନଥିବାରୁ ଧାନ କିଣାଯାଇ ପାରୁ ନାହିଁ ବୋଲି କହିଛନ୍ତି ମଣ୍ଡି ଦାୟିତ୍ୱରେ ଥିବା ଏମଡି । ଅନ୍ୟପଟେ ଆଜି ଠାରୁ ବର୍ଷା ଆରମ୍ଭ ହେବାକୁ ଥିବାରୁ ଚିନ୍ତାରେ ପଡିଛନ୍ତି ଜୟପୁରର ଚାଷୀ ।