ଆରପାରିରେ ମାଆ, ଏପାରିରେ ଖୋଜୁଛି ଛୁଆ ! ଜୟପୁର କୁମ୍ଭାରୀପୁଟ ନୀଳଗିରି ଜଙ୍ଗଲରେ ପଡିଛି ଅଜଣା ମହିଳାଙ୍କ ମୃତଦେହ

34

କନକ ବ୍ୟୁରୋ : ଆରପାରିରେ ମାଆ, ଏପାରିରେ ଖୋଜୁଛି ଛୁଆ । ମା’ଙ୍କ ମୃତଦେହ ପାଖରେ ବସି ରାହା ଧରି କାନ୍ଦୁଛି ବର୍ଷକର ଶିଶୁ କନ୍ୟା । ଜୟପୁର କୁମ୍ଭାରୀପୁଟ ନୀଳଗିରି ଜଙ୍ଗଲରେ ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଅଜଣା ମହିଳାଙ୍କ ମୃତଦେହ ପାଖରେ ବସି ବର୍ଷକର ଶିଶୁ କନ୍ୟା କାନ୍ଦୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ମହିଳାଙ୍କୁ କୌଣସି ଦୁର୍ବୃତ୍ତ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ବୋରିଗୁମା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।