ବର୍ଷା ନ ହେବାରୁ ବିଗିଡ଼ିଲା ଚାଷ : କଳାହାଣ୍ଡିର ଜୟପାଟଣା ବ୍ଲକରେ ଏକର ଏକର ଜମିରେ  ଧାନଗଛ ପାଲିଟିଲା ପାଳ

118

କନକ ବ୍ୟୁରୋ : ଦେଶର ମେରୁଦଣ୍ଡ କୁହାଯାଉଥିବା କୃଷକ ହାଡ଼ଭଙ୍ଗା ପରିଶ୍ରମ କରି ଲୋକଙ୍କ ପେଟକୁ ଦାନା ଯୋଗାଉଛନ୍ତି । କିନ୍ତୁ ପ୍ରତିବଦଳରେ ତାଙ୍କୁ ଉଚିତ ପ୍ରାପ୍ୟ ମିଳିପାରୁନାହିଁ । କେତେବେଳେ ଋଣଭାର, କେତେବେଳ ଚକଡ଼ା ଆଉ କେତେବେଳେ ତିତଲି ପରି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସେମାନଙ୍କ ମନୋବଳ ଭାଙ୍ଗିପଡ଼ୁଛି । ଯଦ୍ୱାରା ଆତ୍ୱହତ୍ୟା ପରି ବାଟକୁ ଆପଣାଇନେଉଛନ୍ତି ଚାଷୀଭାଇ । କଳାହାଣ୍ଡିରେ ଜୟପାଟଣା ବ୍ଲକରେ ଏବେ ଚାଷୀକୂଳ ଚିନ୍ତାରେ ଅଛନ୍ତି । ଠିକ୍ ସମୟରେ ବର୍ଷା ନହେବାରୁ ଏବେ ମୁଣ୍ଡରେ ହାତ ଦେଇଛନ୍ତି ଚାଷୀ ।

ଜଳ ବହୁଳେ ସୃଷ୍ଟି ନାଶ. ଜଳ ବିହୁନେ ସୃଷ୍ଟି ନାଶ । ଏହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଛି କଳାହାଣ୍ଡି ଜୟପାଟଣା ବ୍ଲକରେ  । ବର୍ଷା ଅଭାବରୁ  ଚାଷ ଅମଳ ହେବା ତ ଦୂରର କଥା, ଧାନ ଶୁଖିଯାଇ ପାଳ ହୋଇଯାଇଛି । ବ୍ଲକର ଅଧିକାଂଶ ଅଚଂଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।  ଫଳରେ ଚାଷୀଙ୍କ ଚିନ୍ତା ବଢିଯାଇଛି ।  ସଂପୃକ୍ତ ଅଚଂଳରେ ଚାଷୀ ଧାରକରଜ କରି ବିଲରେ ଧାନଚାଷ କରିଥିଲା ।  କିନ୍ତୁ ବର୍ଷା ଅଭାବରୁ ବିଲରେ ଧାନଚାଷ ଉଜୁଡିଯାଇଛି ।  ଧାନ ବୁଣା ହୋଇଛି, କିନ୍ତୁ ଅମଳ ହୋଇପାରିନାହିଁ ।   ବିଭାଗୀୟ ଅଧିକାରୀ ସଂପୃକ୍ତ ଅଂଚଳ ପରିଦର୍ଶନ କରି ଫେରିଆସିଛନ୍ତି ।