ବିଜେପିରେ ମିଶିବା ନେଇ ପ୍ରତିକ୍ରିୟା ରଖିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ !

19

କନକ ବ୍ୟୁରୋ : ବିଜେପିରେ ମିଶିବା ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । କହିଛନ୍ତି ସେ ଦଳ ବିରୋଧୀ କାର୍ଯ୍ୟ କରିନଥିଲେ ସୁଦ୍ଧା ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି । ଯାହା ତାଙ୍କୁ ବହୁତ ବାଧିଥିଲା । ତେବେ ସେ ଏହା ବି କହିଛନ୍ତି ନିଲମ୍ବିତ ହେବା ଦିନଠାରୁ ବିଜେପିରେ ମିଶିବାର ଥିଲା । ନିଲମ୍ବିତ ହେବାକୁ ୨ ମାସ ହେଲାଣି ହେଲେ ଏହାରି ଭିତରେ ବିଜେଡିର ଜଣେ ହେଲେ ବି ନେତା ତାଙ୍କ ସହ ଯୋଗାଯୋଗ କରିନହାନ୍ତି ।

ବିଜେଡି ପାଇଁ ଜୟରାମ ପାଙ୍ଗୀଙ୍କ ଆବଶ୍ୟକତା ନାହିଁ, ମୋଦି ସରକାରଙ୍କ କାର୍ଯ୍ୟକଳାପ ମୋତେ ଭଲ ଲାଗୁଛି ତେଣୁ ଜାତୀୟ ଦଳରେ ସାମିଲ ହେଉଥିବା କହିଛନ୍ତି ବିଜେଡିରୁ ନିଲମ୍ବିତ ଜୟରାମ ପାଙ୍ଗୀ । ୪୦ ବର୍ଷର ରାଜନୈତିକ ଜୀବନ କାଳ ଭିତରେ ୨୦ ବର୍ଷ ବିଜୁ ପଟ୍ଟନାୟକଙ୍କ ସହ ରହିବା ସହ ୨୦ ବର୍ଷ ନବୀନ ପଟ୍ଟନାୟକଙ୍କ ରହିଥିଲେ । ତେବେ ୨୦୦୯ରୁ ନବୀନ ଓ ଜୟରାମଙ୍କ ଭିତରେ ଦୂରତା ସୃଷ୍ଟି କରିବା ପାଇଁ ଚକ୍ରାନ୍ତ କରାଯାଉଥିଲା । ଏନ.ଭାଷ୍କର ରାଓ ଓ ରବି ନାରାୟଣ ନନ୍ଦ ଚକ୍ରାନ୍ତକାରୀ ବୋଲି କହିଛନ୍ତି ଜୟରାମ ପାଙ୍ଗୀ ।