ବିଜେପିରେ ମିଶିଲେ ବିଜେଡିରୁ ନିଲମ୍ବିତ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ! କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ପିନ୍ଧିଲେ ଗେରୁଆ ଟୋପି

31

କନକ ବ୍ୟୁରୋ : ବିଜେପିରେ ମିଶିବେ ବିଜେଡିରୁ ନିଲମ୍ବିତ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟୀରେ ଯୋଗ ଦେଇଛନ୍ତି ଜୟରାମ ପାଙ୍ଗୀ । ରାଜ୍ୟ ଦଳୀୟ କାର୍ଯ୍ୟାଳୟରେ ଦଳର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଗେରୁଆ ଟୋପି ପିନ୍ଧିଛନ୍ତି ଜୟରାମ ପାଙ୍ଗୀ । ଏହାସହ ତାଙ୍କର ବହୁ ସମର୍ଥକ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି ।

ବିଜେପିରେ ମିଶିଥିବା ସମସ୍ତ କର୍ମୀଙ୍କୁ ଦଳ ପକ୍ଷରୁ ସ୍ୱାଗତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ନୂଆ କରି ଦଳରେ ସାମିଲ ହେଉଥିବା ନେତାଙ୍କୁ ଗେରୁଆ ଟୋପି ପିନ୍ଧାଇଛନ୍ତି । ଗତ ଜିଲ୍ଲା ପରିଷଦ ନିର୍ବାଚନ ବେଳେ ଦଳରେ ବିଶୃଙ୍ଖଳା ଆଚରଣ ଯୋଗୁଁ ବିଜେଡିରୁ ନିଲମ୍ବିତ ହୋଇଥିଲେ ଏହି ପୂର୍ବତନ ସାଂସଦ । ନିଲମ୍ବନ ଆଗରୁ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଥିଲେ ଜୟରାମ ପାଙ୍ଗୀ ।