କୋରାପୁଟ ଝିଅର ବଳାତ୍କାର ଘଟଣାରେ ତଦନ୍ତ ପରିସରକୁ ମୋଡିଦେଲା ପୋଲିସ : ଡିଜି କହିଲେ ଦୁଷ୍କର୍ମ କରିଥାଇପାରନ୍ତି ନକ୍ସଲ

50

କନକ ବ୍ୟୁରୋ : କେଇ ଘଂଟା ଆଗରୁ ଜୀବନର ସବୁଠୁ ବଡ ଝଡ଼କୁ ସାମ୍ନା କରିଥିବା ଏହି ନାବାଳିକାଙ୍କ ପାଇଁ ବିପଦ ଟଳିଯାଇଛି । ଆଉ ଆଶ୍ୱସ୍ତର ଖବର ହେଉଛି ଗଣଦୁଷ୍କର୍ମର ଶିକାର ହୋଇଥିବା ଏହି ସ୍କୁଲ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଧିରେ ଧିରେ ଉନ୍ନତି ଆସୁଛି । କିନ୍ତୁ ସବୁଠାରୁ ବଡ ପ୍ରଶ୍ନ ହେଉଛି- ନାବାଳିକାଙ୍କୁ ବଳାତ୍କାର କଲା କିଏ ? ପୁଲିସକୁ ଏନେଇ କୌଣସି ସୁରାକ୍ ମିଳୁନଥିବା ବେଳେ ଓଲଟା ଓଡ଼ିଶା ପୁଲିସ ତଦନ୍ତର ପରିସରକୁ ମୋଡ଼ି ଦେଇଛି । ପୁଲିସ ଡିଜି କହିଛନ୍ତି-ଏହି ବର୍ବରକାଣ୍ଡ ପଛରେ ମାଓବାଦୀଙ୍କ ହାତ ବି ରହିଥାଇପାରେ ।

କେମିତି ଓ କାହିଁକି ଏଭଳି ଦିଗକୁ ଇସାରା କରୁଛି ପୁଲିସ? ଯେତେବେଳେ ପୀଡ଼ିତା ଛାତ୍ରୀ ଜଣକ ଖୋଲାଖୋଲି କହିଛନ୍ତି ଯେ, ବଳାତ୍କାର କରିଥିବା ବ୍ୟକ୍ତିମାନେ ହେଉଛନ୍ତି ୟୁନିଫର୍ମରେ ଥିବା ୪ ଜଣ ସୁରକ୍ଷାକର୍ମୀ । ଠିକ୍ ସେତିକି ବେଳେ କେଉଁ ଆଧାରରେ ପୁଲିସ, ମାଓବାଦୀଙ୍କୁ ସନ୍ଦେହ କରୁଛି ତାହା ସ୍ପଷ୍ଟ ହୋଇପାରୁନାହିଁ । ଏପଟେ ବିଏସଏଫ୍ ଓ ସିଆରପିଏଫ କର୍ତ୍ତୃପକ୍ଷ ବି ପ୍ରେସରିଲିଜ୍ ଜରିଆରେ ଅଭିଯୋଗକୁ ଖଣ୍ଡନ କରିବା ସହ ହାତ ଟେକି ଦେଇଛି ।
ଆଉ ଏପେଟ କୋରାପୁଟରେ ଜଳୁଛି ପ୍ରତିବାଦର ନିଆଁ । ଅଭିଯୁକ୍ତଙ୍କୁ ଗିରଫ ଦାବିରେ କୁନ୍ଦୁଲି ହାଟପଦା ନିକଟରେ ଟାୟରଜାଳି ରାସ୍ତାରୋକ୍ କରିଛନ୍ତି ଶତାଧିକ ଲୋକ । ଆଉ ସହାନୁଭୁିତର ସାହାରା ନେଇ ମେଡ଼ିକାଲରେ ପହଂଚିଛନ୍ତି ସ୍ଥାନୀୟ ନେତା ।

ଏପଟେ ହସ୍ପିଟାଲରେ ପୀଡ଼ିତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି-ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି ଏବଂ ରିପୋର୍ଟ ଆସିବା ପରେ ଗଣଦୁଷ୍କର୍ମ ନେଇ ଜଣାପଡ଼ିବ । ଆଉ ଏସବୁ ଭିତରେ ବଳାତ୍କାରୀଙ୍କୁ ଖୋଜି ବାହାର କରିବା ଏବେ ସବୁଠୁ ବଡ ଚ୍ୟାଲେଂଜ୍ ହୋଇଛି, କାହିଁକି ନା ଉଭୟ ଓଡ଼ିଶା ପୁଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଆଭିମୁଖ୍ୟକୁ ନେଇ ସୃଷ୍ଟି ହୋଇଛି