ଜୟପୁରର ଝିଅ ଆନି ପ୍ରିନ୍ସ : ସାଉଥ୍ ସିନେ ଇଣ୍ଡଷ୍ଟ୍ରିରେ ସାଉଥþ ଓଡିଶା ସେନସେସନ

91

maharani-kottai-tamil-movie-stills-2କନ୍ନଡ ଚଳଚିତ୍ର ‘ନାନୋ ବନେ ଓଲିଭନୁ’ । ଏଥିରେ ଦେଖିବାକୁ ମିଳିବ ଜୟପୁର ଝିଅ ପ୍ରିନ୍ସଙ୍କ ଅଭିନୟର ଯାଦୁ । ଏହି ସିନେମାରେ ମୁଖ୍ୟ ଭୁମିକାରେ ଅଭିନୟ କରୁଛନ୍ତି ପ୍ରିନ୍ସ । ଆସନ୍ତା ଡିସେମ୍ବର ମାସରେ ମୁକ୍ତିଲାଭ କରିବାକୁ ଯାଉଛି ଏହି ଫିଲ୍ମ । ଏହା ପୂର୍ବରୁ ତାମିଲ ଫିଲ୍ମ ମହାରାଣୀ କୋଟାଇରେ ମୁଖ୍ୟ ନାୟିକା ଭାବରେ ସୁପରଷ୍ଟାର ମହେଶଙ୍କ ସହ ଅଭିନୟ କରିଛନ୍ତି ଆନି । ଆଉ ନିଜ ଅଭିନୟ ପାଇଁ ସାଉଁଟିଛନ୍ତି ଦର୍ଶକଙ୍କ ତାରିଫ୍ ।

maharani-kottai-movie-stills-20ପ୍ରିନ୍ସଙ୍କ ପରିବାର ଚାହୁଁଥିଲେ ସବୁଝିଅଙ୍କ ପରି ପ୍ରିନ୍ସ ବି ଚାକିରୀଟିଏ କରୁ । ସେଥିପାଇଁ ବାଙ୍ଗାଲୋର ସ୍ଥିତ ଗ୍ଲୋବାଲ ଇନଷ୍ଟିଚ୍ୟୁଟରେ ଭର୍ତି କରାଇଥିଲେ । କିନ୍ତୁ ପ୍ରିନ୍ସଙ୍କର ଆଗ୍ରହ ଥିଲା ଅଭିନୟରେ । ହେଲେ ଅଧାରୁ ପାଠ ଛାଡି ପ୍ରବେଶ କରିଥିଲେ ମଡେଲିଂ ଦୁନିଆରେ । ଆଉ ୨୦୧୨ ମସିହାରେ ମିସ୍ ବେଂଗାଲୁରର ତାଜ ପିନ୍ଧିଥିଲେ ଆନି । ଅଷ୍ଟ୍ରେଲିଆରେ ହେବାକୁ ଥିବା ଏକ ଆଲବମ୍ ସୁଟିଂ ପାଇଁ ଏବେ ଆନ୍ନି କରୁଛନ୍ତି ନିଜର ପ୍ରସ୍ତୁତି ।

ଦେଖନ୍ତୁ ଏହି ଭିଡିଓ –