ଜୟପୁରରେ ପ୍ରଶାସନର ଜବର ଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା

29

ଜୟପୁର : କୋରାପୁଟ ଜୟପୁରରେ ପ୍ରଶାସନର ଜବର ଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା । ସହରର ପୌରପରିଷଦ ନିକଟ ଗାନ୍ଧି ପାର୍କରେ ନିର୍ମିତ ହୋଇଥିବା ସାଇ ମନ୍ଦିର ଓ ନୃସିଂହ ନାଥ ମନ୍ଦିର ଭଙ୍ଗାକୁ ଲୋକ ବିରୋଧ କରିଛନ୍ତି । ଏମିତିକି ଉଚ୍ଛେଦ ସମୟରେ ଜିଲ୍ଲାପଳଙ୍କୁ ଘେରିଥିଲେ ଉତ୍ୟକ୍ତ ଲୋକେ । ଏଠାରେ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟକଳାପ ଚାଲୁଥିବା ନେଇ ଉଚ୍ଛେଦ କରାଯାଉଥିବା ନେଇ ପ୍ରଶାସନ କହୁଥିବା ବେଳେ  ନିର୍ମାଣ ବେଳେ ପ୍ରଶାସନ କେଉଁଠି ଥିଲା ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।