ମୁଖ୍ୟମନ୍ତ୍ରୀଙ୍କୁ ଯେବେ ଏକାକୀ ଭେଟିଥିଲେ ଜୟନ୍ତୀ, କ’ଣ ମାଗିଲେ ଆଉ କ’ଣ ଥିଲା ତାଙ୍କ ସ୍ୱପ୍ନ ?

ଯେତେବେଳେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସୁଯୋଗ ପାଇଥିଲେ ଜୟନ୍ତୀ, ସେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ସ୍ୱପ୍ନ ବିଷୟରେ କହିଥିଲେ ।

642

କନକ ବ୍ୟୁରୋ: ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ନିଜ ଭାଷଣ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ମନ ଜିଣିଥିବା ଜୟନ୍ତୀ ଏକ୍କା ଏବେ ଓଡ଼ିଶାରେ ଘରେ ଘରେ ଏକ ପରିଚିତ ନାଁ । କାରଣ ମହିଳା ଉଦ୍ୟୋଗୀ କର୍ମଶାଳାରେ ପଶ୍ଚିମ ଓଡିଶାର ମହିଳା ଜୟନ୍ତୀ ଏକ୍କା ବଖାଣିଥିବା ସଫଳତାର କାହାଣୀ ମୁଖ୍ୟମନ୍ତ୍ରୀଙ୍କ ହୃଦୟକୁ ଛୁଇଁ ଯାଇଥିଲା । ଯେଉଁଥି ପାଇଁ ନିଜ ସିଟ୍ ରୁ ଉଠି ତାଳି ମାରିବାକୁ ବାଧ୍ୟ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ଯେତେବେଳେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସୁଯୋଗ ପାଇଥିଲେ ଜୟନ୍ତୀ, ସେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ସ୍ୱପ୍ନ ବିଷୟରେ କହିଥିଲେ । ଆଉ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ସ୍ୱପ୍ନ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ବଖାଣିଛନ୍ତି ଜୟନ୍ତୀ  ଏକ୍କା । 

ସାଧାରଣ ମଣିଷଟିଏ ପରି ଜୟନ୍ତୀ ଏକ୍କାଙ୍କ ସ୍ୱପ୍ନ ମଧ୍ୟ ସାଧାରଣ ମାତ୍ର ।  କାହିଁକି ନା ଆକାଶରେ ଉଡ଼ାଯାହାଜରେ ବସି ବିଦେଶ ଯାତ୍ରା କରିବା ଜୟନ୍ତୀ ଏକ୍କାଙ୍କ ପିଲାଦିନର ସ୍ୱପ୍ନ ବୋଲି କହିଛନ୍ତି ଜୟନ୍ତୀ  । ଆଉ ସବୁଠାରୁ ବଡ଼ କଥା ହେଲା ଏହି ସ୍ୱପ୍ନ ମଧ୍ୟ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । କେଉଁଠି କି ଉଡ଼ା ଯାହାଜରେ ଉଡ଼ିକି ଯିବେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜାଣି ନଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ବୋଲି ସାକ୍ଷାତକାରରେ ବଖାଣିଛନ୍ତି ଜୟନ୍ତୀ ଏକ୍କା । ପଶ୍ଚିମ ଓଡ଼ିଶା ସୁନ୍ଦରଗଡ଼ ଜିଲ୍ଲାର ଜୟନ୍ତୀ ଏକ୍କାଙ୍କ ଜୟନ୍ତୀଙ୍କ କେହି ପଦ କଥା ଆପଣଙ୍କୁ କାହାଣୀ ଲାଗିପାରେ । ହେଲେ ଜଣେ ସାଧାରଣ ଗାଉଁଲି ମହିଳାର ଇଚ୍ଛା ଓ ସ୍ୱପ୍ନକୁ ପୂରଣ ଅନେକ ରହିଥାଏ । ଆଉ ଯାହାକୁ ପୂଣର କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । 

କେବଳ ଏତିକି ନୁହେଁ ରାଜନୀତି କ୍ୟାରିୟରକୁ ନେଇ ମଧ୍ୟ ନିଜ ମନର କଥା ପ୍ରକାଶ କରିଛନ୍ତି ଜୟନ୍ତୀ । ସେ କହିଛନ୍ତି ଯେ, ରାଜନୀତି ଦୁନିଆରେ ପାଦ ଦେବାକୁ କେବେ ଚିନ୍ତା କରି ନାହିଁ ଯଦି ମୁଖ୍ୟମନ୍ତ୍ରୀ ନିମନ୍ତ୍ରିତ କରିବେ ତା’ହେଲେ ସେ ବିଷୟରେ ପରିବାର ସହିତ ବିଚାର ବିମର୍ଷ କରି ନିଷ୍ପତି ନେବେ ବୋଲି କହିଛନ୍ତି ଜୟନ୍ତୀ  ଏକ୍କା । ତେବେ ସୁନ୍ଦରଗଡ଼ରେ ଏସଏସଜି ଆରମ୍ଭ  ହେବା ନେଇ ଜୟନ୍ତୀଙ୍କର ରହିଥିଲା ପ୍ରମୁଖ ଭୂମିକା । ନିଜେ ଜଣେ ଦିବ୍ୟାଙ୍ଗ କିନ୍ତୁ  ତାଙ୍କ ଶାରୀରିକ ଅକ୍ଷମତା କେବେ ତାଙ୍କ କାମରେ ବାଧା ସୃଷ୍ଟି କରିନାହିଁ । ଏଭଳି ମନୋବଳ ଦୃଢ଼ଥିବା ଜୟନ୍ତୀ ଏକ୍କାଙ୍କୁ ହୁଏତ ସୁନ୍ଦରଗଡ଼ ବାସୀ ଗ୍ରହଣ କରିବେ ବୋଲି ସାଧାରଣରେ ଚର୍ଚ୍ଚା ମଧ୍ୟ ଧରିଛି ।