ଆର୍ଥିକ ଅବସ୍ଥାକୁ ନେଇ ବାପା ବନାମ ପୁଅ ଲଢେଇ! ଯଶୋବନ୍ତଙ୍କ ସବୁ ପ୍ରଶ୍ନର ଉତର ଦେଲେ ପୁଅ ଜୟନ୍ତ । କହିଲେ, ନ୍ୟୁ ଇଣ୍ଡିଆ ପାଇଁ ହେବ ଲାଭଦାୟକ

68

କନକ ବ୍ୟୁରୋ : ଦେଶର ବର୍ତମାନ ଅର୍ଥବ୍ୟବସ୍ଥା ନେଇ ବିଜେପିର ଆଭ୍ୟନ୍ତରୀଣ ମହଲରେ ହିଁ ସ୍ୱର ତୀବ୍ର ହେବାରେ ଲାଗିଛି । ଗତକାଲି ତତକାଳୀନ ବାଜପେୟୀ ସରକାରରେ ଅର୍ଥମନ୍ତ୍ରୀ ଥିବା ଯଶୋବନ୍ତ ସିହ୍ନା ସରକାରଙ୍କ ଆର୍ଥିକ ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଆଉ ଏହାର ଜବାବ ଦେବାକୁ ମୈଦାନକୁ ଓହ୍ଲାଇଛନ୍ତି ଯଶୋବନ୍ତଙ୍କ ପୁଅ ଅର୍ଥାତ ମୋଦି ସରକାରରେ ଅର୍ଥମନ୍ତ୍ରୀ ଥିବା ଜୟନ୍ତ ସିହ୍ନା । ଅର୍ଥବ୍ୟବସ୍ଥାକୁ ନେଇ ବାପା-ପୁଅ ମୁହାଁମୁହିଁ ହୋଇଛନ୍ତି । ଜୟନ୍ତ ନିଜ ବାପାଙ୍କ ତର୍କକୁ ଭୁଲ ବୋଲି କହିବା ସହ ସରକାରଙ୍କ ପରଦକ୍ଷେପକୁ ଠିକ ବୋଲି କହିଛନ୍ତି ।

jayant-sinha_ତା ସହିତ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି, ସରକାର ଏକ ବଡ ମଜଭୁତ ଅର୍ଥବ୍ୟବସ୍ଥା ତିଆରି କରୁଛନ୍ତି । ଏହା ଆଗକୁ ନ୍ୟୁ ଇଣ୍ଡିଆ ପାଇଁ ଲାଭଦାୟକ ହେବ । ସରକାର ଯାହା ପରିବର୍ତନ କରୁଛନ୍ତି ତାହା ନ୍ୟୁ ଇଣ୍ଡିଆ ପାଇଁ ଦରକାର । ଯେଉଁ ଅର୍ଥନୀତି ତିଆରି କରାଯାଉଛି ତଦ୍ୱାରା ଲକ୍ଷାଧିକ ଲୋକଙ୍କୁ ନିଯୁକ୍ତି ମିଳିବ । ଜିଏସଟି, ବିମୁଦ୍ରାକରଣ ଓ ଡିଜିଟାଲ ପେମେଂଟକୁ ପ୍ରୋତ୍ସାହନ ଗେମଚେଞ୍ଜିଙ୍ଗ ଉଦ୍ୟମ । ଆଉ ଏହାର ପ୍ରଭାବ ଦୀର୍ଘକାଳୀନ ହେବ । ଏଫଡିଆଇରେ ବୃଦ୍ଧି ହେଉଛି ।

ନ୍ୟୁ ଇଣ୍ଡିଆ ପାଇଁ ସରକାର ରେଳବାଇ, ଗ୍ରାମୀଣ ଭାରତରେ ବିଜୁଳି, ଜାତୀୟ ରାଜପଥ ସଂପ୍ରସାରଣ ଉପରେ ଗୁରୁତ୍ୱ ଦେଉଛନ୍ତି । ୨୦୧୮ ସୁଦ୍ଧା ସବୁ ଗାଁରେ ବିଜୁଳି ପଂହଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ୨୦୧୪ ସୁଦ୍ଧା ପ୍ରତ୍ୟେକ ଦିନ ୬୯ କିଲୋମିଟର ସଡକ ତିଆରି ହେଉଥିଲା । ଏବେ ଏହା ୧୩୩ କିଲୋମିଟରରେ ପହଂଚିଛି । ଏଭଳି ଭାବେ ସରକାରଙ୍କ ତରଫରୁ ପକ୍ଷ ରଖିଛନ୍ତି ଜୟନ୍ତ ।

modi-jaitleyଗତକାଲି ଜୟନ୍ତଙ୍କ ପିତା ଯଶୋବନ୍ତ ଭାରତର ଅର୍ଥନୀତିକୁ ନେଇ ମୋଦି ଓ ଅରୁଣ ଜେଟଲୀଙ୍କୁ କଡା ସମାଲୋଚନା କରିଥିଲେ । ଦୈନିକ ଇଂରାଜୀ ଖବରକାଗଜ ଇଣ୍ଡିଆନ୍ ଏକ୍ସପ୍ରେସରେ ଏକ ସଂଦର୍ଭ ଲେଖି ମୋଦି ସରାକରଙ୍କୁ ଯଶୋବନ୍ତ ଟାର୍ଗେଟ କରିଥିଲେ । ଯଶୋୱନ୍ତ ସିହ୍ନା ଲେଖିଛନ୍ତି, “ ଅର୍ଥମନ୍ତ୍ରୀ ଜେଟଲୀ ଭାରତୀୟ ଅର୍ଥନୀତିକୁ ଯେଭଳି ଗୋଳମାଳିଆ ସ୍ଥୁତିକୁ ନେଇ ଯାଇଛନ୍ତି ଯଦି ମୁଁ ଏବେ କିଛି ନକୁହେ, ତେବେ ମୁଁ ଜାତୀୟ କର୍ତ୍ତବ୍ୟକୁ ଅବହେଳା କରୁଛି ବୋଲି କୁହାଯିବ ।”

yashwant-sinha-6ସେହିଭଳି ବିମୁଦ୍ରାକରଣ ହେଉଛି ଅପୂରଣୀୟ ଆର୍ଥିକ ବିପତ୍ତି ଏବଂ ଜିଏସଟି ଅତି ଖରାପ ଭାବରେ ଲାଗୁ କରାଯାଇଛି । ସେ କହିଛନ୍ତି,“ ସରକାର ଯେଉଁ ଅଭିବୃଦ୍ଧି ହାର ୫.୭କୁ କମି ଆସିଥିବା କଥା କହୁଛନ୍ତି, ବାସ୍ତବରେ ତାହା ୩.୭ ପ୍ରତିଶତ କିମ୍ବା ତାହାଠାରୁ କମ୍” । ତେବେ ଯଶୋବନ୍ତଙ୍କ ଏହି ସନ୍ଦର୍ଭ ପ୍ରକାଶିତ ହେବା ପରେ ବିଜେପି କ୍ୟାମ୍ପରେ ହଇଚଇ ସୃଷ୍ଟି ହୋଇଛି । ଖୋଲାଖୋଲି ଭାବେ ବିଜେପିର ବରିଷ୍ଠ ନେତୃବୃନ୍ଦ ମୋଦି ସରକାରଙ୍କ କଡା ସମାଲୋଚନା କରୁଥିବାରୁ ଦଳ ଚିନ୍ତାରେ ପଡି ଯାଇଛି ।