ଜାମିନରେ ମୁକୁଳିଲେ ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ର ! ହନୁମାନ ଜୟନ୍ତୀରେ ଶୃଙ୍ଖଳା ରକ୍ଷା ନେଇ ଗତକାଲି ଗିରଫ ହୋଇଥିଲେ

36

କନକ ବ୍ୟୁରୋ : ଜାମିନରେ ମୁକୁଳିଲେ ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ର । ହନୁମାନ ଜୟନ୍ତୀରେ ଶାନ୍ତି ଶୃଙ୍ଖଳା ରକ୍ଷା ନେଇ ଗତକାଲି ପୁଲିସ ତାଙ୍କୁ ଗିରଫ କରିଥିଲା । ଜୟନାରାଣ ମିଶ୍ରଙ୍କ ସହ ସମନ୍ୱୟ ସମିତି କର୍ମକର୍ତାଙ୍କୁ ବି ଜାମିନ ମିଳିଛି । ଉପଜିଲ୍ଲାପାଳଙ୍କ ନିକଟରେ ହାଜର ହେବା ଜୟନାରାୟଣ ମିଶ୍ରଙ୍କୁ ମୁକ୍ତ କରିଛି ପୁଲିସ । ଖଣ୍ଡା ଧରିବା ପୂର୍ବରୁ ସମ୍ବଲପୁରର ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଆଗୁଆ ଭାବରେ ଗିରଫ କରିଥିଲା ପୁଲିସ ।

ଗତକାଲି ହନୁମାନ ଜୟନ୍ତୀ ପାଳନ ଅବସରରେ ଶାନ୍ତି ଭଙ୍ଗ କରିବାର ଆଶଙ୍କା କରି ଜୟନାରାୟଣଙ୍କୁ ପୁଲିସ ଗିରଫ କରାଯାଇଥିଲା । ତାଙ୍କ ସହ ନାଉରି ନାୟକ ଓ ଅନୀଲ ବେହେରାଙ୍କୁ ମଧ୍ୟ ଗିରଫ କରିଥିଲା ପୁଲିସ୍ । ସହରରୁ ମୋଟ୍ ୧୦୭ ଜଣଙ୍କୁ ବିଭିନ୍ନ ସ୍ଥାନରେ ପୁଲିସ ଅଟକ ରଖାଯାଇଥିଲା । ହନୁମାନ ଜୟନ୍ତୀରେ ଖଣ୍ଡା ବୁଲାଇବାକୁ ନେଇ ସମ୍ବଲପୁରରେ ପୂର୍ବରୁ ମଧ୍ୟ ବିବାଦ ହୋଇଛି ।