ଇଡଲିରେ ଆମ୍ମା ! ପ୍ରିୟ ନେତ୍ରୀଙ୍କୁ ମନେ ପକାଇଲେ ସମର୍ଥକ

20

କନକ ବ୍ୟୁରୋ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଉଦ୍ଦେଶ୍ୟରେ ସମର୍ଥକମାନେ ପ୍ରସ୍ତୁତ କରିଛନ୍ତି ୬୮ କେଜିର ଇଡଲି । ଆମ୍ମାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ମରିନା ବିଚରେ ଏହି ବୃହତକାୟ ଇଡଲିକୁ ରଖାଯାଇଛି । ତାମିଲନାଡୁ ଜନତାଙ୍କ ପାଇଁ ଜୟଲଳିତା ସର୍ବନିମ୍ନ ମୂଲ୍ୟର ଆମ୍ମା କ୍ୟାଟିଂନ୍ କରି ସୁବିଧା ଦେବା ନେଇ ବେଶ ପ୍ରଶଂସା ସାଉଁଟିଥିଲେ । ଏବେ ନିଜ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ମନେପକାଇ ସମର୍ଥକ ମାନେ ୬୮ କେଜିର ଇଡଲି ତିଆରି କରିଛନ୍ତି ।