ଚେନ୍ନାଇ ମେରିନା ବିଚରେ ଆଜି ଜୟାଙ୍କ ହେବ ଶେଷକୃତ୍ୟ: ବାସଭବନରୁ ରାଜାଜୀ ହଲକୁ ନିଆଗଲା ପାର୍ଥିବ ଶରୀର

33

କନକ ବ୍ୟୁରୋ : ଜୟଲଳିତାଙ୍କ ପରଲୋକରେ ସମଗ୍ର ତାମିଲନାଡୁ ସ୍ତବ୍ଧ ହୋଇଯାଇଛି । ଚାରିଆଡେ ଶୋକର ଛାୟା ଖେଳି ଯାଇଛି । ଆପୋଲୋ ହସ୍ପିଟାଲ ହେଉ କି ପୋଏସ ଗାର୍ଡେନ ସ୍ଥିତ ଜୟାଙ୍କ ବାସଭବନ ହେଉ, ସବୁଠି ତାଙ୍କ ସମର୍ଥକଙ୍କ ଭିଡ । ସେମାନଙ୍କ ଆଖିରେ ଲୁହ ଏବଂ ହୃଦୟରେ କୋହ ତାହା ସେମାନଙ୍କୁ ଦେଖିଲେ ସ୍ପଷ୍ଟ ବାରି ହୋଇ ପଡୁଛି । ଏପରିକି ରବିବାରଠାରୁ ଅନେକ ସମର୍ଥକ ହସ୍ପିଟାଲ ସମ୍ମୁଖରେ ଅପେକ୍ଷା କରି ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ସମସ୍ତଙ୍କ ମୁହଁରେ କେବଳ ଆମ୍ମା, ଆମ୍ମା ଡାକ ଶୁଣିବାକୁ ମିଳୁଛି ।