ତାମିଲନାଡୁରେ ଛିଡୁନି ରାଜନୈତିକ ବିବାଦ ! ଆମ୍ମାଙ୍କ ଜନ୍ମଦିବସ ଅବସରରରେ ଦୀପା କଲେ ଏକ ନୁଆ ପାର୍ଟିର ଶୁଭାରମ୍ଭ

51

କନକ ବ୍ୟୁରୋ : ଥମିବାର ନାଁ ଧରୁନାହିଁ ତାମିଲନାଡୁ ରାଜନୀତି ବିବାଦ । କିଛିଦିନ ଧରି ଶଶୀକଳା ଓ ପନିରସେଲଭମଙ୍କ ମଧ୍ୟରେ କ୍ଷମତାପାଇଁ ଟଣାଓଟରା ଲାଗି ରହିବା ପରେ ଏବେ କାହାଣୀରେ ଆସିଛି ନୁଆ ମୋଡ । ଜୟଲଳିତାଙ୍କ ଝିଆରୀ ଦୀପା ଜୟକୁମାର ଶୁକ୍ରବାର ଦିନ ଆନୁଷ୍ଠାନିକ ଭାବେ ତାଙ୍କ ଦଳର ନାମ କରଣ କରିଛନ୍ତି ।

ଜୟଲଳିତାଙ୍କ ୬୯ ତମ ଜନ୍ମଦିବସ ଅବସରରରେ ଦୀପା ଏହି ନୁଆ ପାର୍ଟିର ଶୁଭାରମ୍ଭ କରିଛନ୍ତି । ଏହାର ନାମ ରଖାଯାଇଛି ଏମଜିଆର ଆମ୍ମା ଦୀପା ପରଭାଇ । ଏହାସହ ଦୀପା ଘୋଷଣା କରିଛନ୍ତି ଯେ ଜୟାଙ୍କ ବିଧାନସଭା ମଣ୍ଡଳୀରେ ସାନି ମତଦାନ ପାଇଁ ନିର୍ବାଚନ ହେଲେ ସେ ପ୍ରାର୍ଥୀ ଭାବେ ଓହ୍ଲାଇବେ ।