ଆମ୍ମାଙ୍କ ଫ୍ରିବିଜର ନୂଆ ଫର୍ମୁଲା : ଗରିବଙ୍କ ପାଇଁ ଖୋଲିବେ ବିବାହ ମଣ୍ଡପ

46

jayalalitha-smiling_49ନିଜ ରାଜ୍ୟରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟକରୁଥିବା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତା ବର୍ତମାନ ବିବାହ ଭଳି ଏକ ପବିତ୍ର କାମ କରିବା ପାଇଁ ହାତ ବଢେଇଛନ୍ତି । ଗରିବର ମଧ୍ୟ ସ୍ୱପ୍ନ ଦେଖିବାର ଅଧିକାର ଅଛି , ଏବଂ ସେମାନେ ମଧ୍ୟ କିପରି ତାଙ୍କର ପୁଅ ଓ ଝିଅଙ୍କର ବିବାହକୁ ତାଙ୍କ ଇଚ୍ଛା ମୁତାବକ କରିପାରିବେ,ସେଥିପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଲିତା ଏକ ଅଭିନବ ପଦକ୍ଷେପ ଉଠାଇଛନ୍ତି ।

ଆମ୍ମା ବ୍ରାଣ୍ଡ ସ୍କିମରେ ଆଉ ଏକ ନୂଆ ଅଧ୍ୟାୟ ଯୋଡି ହୋଇଛି । ଶନିବାର ଜୟଲଳିତା ୧୧ଟି ସ୍ଥାନରେ ଆମ୍ମା ମ୍ୟାରେଜ ହଲ କରିବାର ନିଷ୍ପତି ନେଇଛନ୍ତି । ଏହାପାଇଁ ବ୍ୟୟବରାଦ କରାଯାଇଛି ପାଖାପାଖି ୮୩ କୋଟି । ଅନ ଲାଇନରେ ଲୋକେ ଏହି ମ୍ୟାରେଜ ହଲକୁ ବୁକ କରିପାରିବେ ।

amaଗରିବ ଲୋକଙ୍କ ସୁବିଧା ପାଇଁ ଏହି ଆମ୍ମା ମ୍ୟାରେଜ ହଲର ପରିକଳ୍ପନା କରିଛନ୍ତି ଜୟଲଳିତା । ଏହି ମ୍ୟାରେଜ ହଲରେ ସମସ୍ତ ପ୍ରକାର ସୁବିଧା ଉପଲବþଧ ହେବ । ଏହି କାମ ପାଇଁ ତାମିଲନାଡୁ ହାଉସିଂବୋର୍ଡ ମଧ୍ୟ ଅପରେଟିଙ୍ଗ ସୋସାଇଟିଜ ଗୁଡିକୁ ନିର୍ଦେଶ ଦେଇଛନ୍ତି । ଏହି ମ୍ୟାରେଜ ହଲ ଗୁଡିକ ତୋଣ୍ଡିଆରପେଟ୍ , ଭେଲିଚେରି, ଆୟାମାକମ୍, ପେରିଆରନଗର, ଚେନ୍ନାଇର କୋରାଟୁର, ମଦୁରାଇର ଆନ୍ନାନଗର, ତିରୁନେଲଭେଲିର ଆମ୍ବାସମ୍ମୁଦ୍ରମ , ଇତ୍ୟାଦି ଜାଗାରେ  ପ୍ରତିଷ୍ଠା କରାଯିବ ।

ମ୍ୟାରେଜ ହଲ ଗୁଡିକରେ ସମସ୍ତପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ତା ସହ ବର ଓ କନ୍ୟାଙ୍କ ପାଇଁ ସ୍ୱତନ୍ତ୍ର ଏସି ରୁମ୍ ରହିବା ସହ ଗେଷ୍ଟ ରୁମ , ଡାଇନିଙ୍ଗ ହଲ୍ , ଏବଂ କିଚେନର ସୁବିଧା ମଧ୍ୟ ଉପଲବଧ ହେବ ।