ଆମ୍ମାଙ୍କ ଥିଲା ଇଚ୍ଛା ! ଐଶର୍ଯ୍ୟା ଅଭିନୟ କରିଥାନ୍ତେ ତାଙ୍କ ବାୟୋପିକରେ

34

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ତାଙ୍କ ସମୟର ଜଣେ ସଫଳ ଅଭିନେତ୍ରୀ ଭାବରେ ସିନେମା ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ଜଣେ ସଫଳ ରାଜନୈ÷ତିକ ବ୍ୟକ୍ତିତ୍ୱ ଭାବରେ ସେ ନିଜର ଯେତିକି ପରିଚୟ ସୃଷ୍ଟି କରିପାରିଥିଲେ, ସଫଳ ଅଭିନେତ୍ରୀ ଭାବରେ ମଧ୍ୟ ସେ ଛାପ ସୃଷ୍ଟି କରିଥିଲେ ।

ଜୟଲଳିତା ବଲିଉଡର ସଫଳ ଅଭିନେତ୍ରୀ ଐଶର୍ଯ୍ୟା ରାୟ ବଚ୍ଚନଙ୍କ ଦ୍ୱାରା ଏତେ ପ୍ରଭାବିତ ହୋଇଥିଲେ ଯେ, ସେ ନିଜର ଏକ ଇଚ୍ଛା ଜାହିର କରିଥିଲେ ଯେ, ଯଦି କେବେ ତାଙ୍କର ବାୟୋପିକ ନିର୍ମିତ ହେବ ସେଥିରେ ଐଶର୍ଯ୍ୟା ହିଁ ଅଭିନୟ କରିବେ । ଜୟଲଳିତା ଐଶଙ୍କୁ ଦୁନିଆର ସବୁଠୁ ସୁନ୍ଦର ମହିଳା ଭାବରେ ବିବେଚନା କରୁଥିଲେ ।

ଏହି ସମ୍ବନ୍ଧୀୟ ତଥ୍ୟର ଭିଡିଓ,ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓକୁ ସିମି ଗ୍ରେବାଲ ତାଙ୍କର ଟ୍ୱିଟର ଆକାଂଉଟରେ ସେୟାର କରିଛନ୍ତି । ସିମି ଏହି ଭିଡିଓକୁ ତାଙ୍କର ଚାଟ୍ ସୋ’ରୁ ଆଣି ସେୟାର କରିଛନ୍ତି ।

ସିମି ଗ୍ରେବାଲ ଜୟଲଳିତାଙ୍କ ସାକ୍ଷାତକାର ନେବା ଅବସରରେ ଏହି କଥା ଜୟଲଳିତା କହିଥିଲେ । ରାଜନୀତିକୁ ଆସିବା ପୂର୍ବରୁ ୧୯୬୦ ଦଶକରେ ଜୟଲଳିତା ସିନେମା ଦୁନିଆରେ ପାଦ ରଖିଥିଲେ । ୧୯୬୧ରୁ ୧୯୮୧ ପର୍ଯ୍ୟନ୍ତ ଜୟଲଳିତା ତାମିଲ, ତେଲଗୁ, ଓ କନ୍ନଡ ସିନେମାରେ ନିଜର ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ।

ଜୟଲଳିତା କେବଳ ଜଣେ ସଫଳ ଅଭିନେତ୍ରୀ ନୁହଁନ୍ତି, ନୃତ୍ୟନିପୁଣା ମଧ୍ୟ ଥିଲେ । ସିନେମାରେ ଜୟଲଳିତାଙ୍କ ଲୋକପ୍ରିୟତା ଏତେ ଅଧିକ ଥିଲା ଯେ ତାଙ୍କୁ ତାମିଲ ସିନେମାର କୁଇନର ଆଖ୍ୟା ଦିଆଯାଇଥିଲା ।