ୟୁପି ରାମପୁରରେ ନାମାଙ୍କନ ଭରିଲେ ଅଭିନେତ୍ରୀ ଜୟାପ୍ରଦା । ସପାର ଲୋକସଭା ପ୍ରାର୍ଥୀ ଆଜମ ଖାନଙ୍କ ବିପକ୍ଷରେ ବିଜେପି ଟିକେଟରୁ ଲଢିବେ ନିର୍ବାଚନ

82

କନକ ବ୍ୟୁରୋ: ଆଜି ୟୁପି ରାମପୁରରେ ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ତଥା ଅଭିନେତ୍ରୀ ଜୟାପ୍ରଦା । ସପାର ଲୋକସଭା ପ୍ରାର୍ଥୀ ଆଜମ ଖାନଙ୍କ ବିରୋଧରେ ସେ ରାମପୁରରୁ ବିଜେପି ଟିକେଟରୁ ନିର୍ବାଚନ ଲଢିବେ । ତେବେ ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ଜୟାପ୍ରଦା ନିଜ ପରିବାର ସହ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।

ଭାମରୋଭା ମନ୍ଦିର ସହ ଗୁରୁଦ୍ୱାରା ଯାଇ ପୂଜାର୍ଚ୍ଚନା କରିଛନ୍ତି ଜୟପ୍ରଦା । ୨୦୦୪ ଓ ୨୦୦୯ରୁ ସପା ଟିକେଟରେ ନିର୍ବାଚନ ଲଢି ବିଜୟଲାଭ କରିଥିଲେ ଜୟାପ୍ରଦା । କିନ୍ତୁ ୨୦୧୪ରେ ଆରଏଲଡି ଟିକେଟରେ ଲଢି ହାରିଯାଇଥିଲେ । ଆଉ ଏବେ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ମିଶିଥିଲେ । ଦଳ ତାଙ୍କୁ ରାମପୁରରୁ ପ୍ରାର୍ଥୀ କରିଛି ।