ଜଗତସିଂହପୁରରେ ‘ଜୟ କିଶାନ’ ସମାବେଶ : ଜିଲ୍ଲାପାଳଙ୍କ ଅଫିସ ଘେରିଲେ ହଜାର ହଜାର ଚାଷୀ

26

ଜଗତସିଂହପୁର : ଯାଜପୁର ପରେ ଆଜି ଜଗତସିଂହପୁରରେ ‘ଜୟ କିଶାନ’ ସମାବେଶ । ପ୍ରାଇସ୍, ପ୍ରେଷ୍ଟିଜ,ଓ ପେନସନ୍ ଦାବିରେ “ନବ ନିର୍ମାଣ କୃଷକ ସଂଗଠନ’ପକ୍ଷରୁ ସଂଗ୍ରାମ ଜାରି ରହିଛି । ଜଗତସିଂହପୁର ଜିଲ୍ଲାପାଳଙ୍କ ଅଫିସ ସମୁଖ ପଡିଆରେ ଏକାଠି ହୋଇଛନ୍ତି ହଜାର ହଜାର ଚାଷୀ । ୬ ବର୍ଷ ହେବ ଚାଷୀଙ୍କ ଉତ୍ପାଦିକ ଦ୍ରବ୍ୟର ଉଚିତ୍ ମୂଲ୍ୟ, ଚାଷୀର ସମ୍ମାନ ଓ ପେନସନ୍ ଦାବିରେ ସଂଗ୍ରାମ କରୁଛି “ନବ ନିର୍ମାଣ କୃଷକ ସଂଗଠନ’

ଜିଲ୍ଲାପାଳଙ୍କ ଜରିଆରେ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଦିଆଯିବାର କାର୍ଯ୍ୟକ୍ରମ ରହିଛି । ହଜାର ହଜାର ଚାଷୀ ଏକାଠି ହୋଇ ଗାନ୍ଧିଛକରୁ ରାଲିରେ ବାହାରି ଜିଲ୍ଲାପାଳଙ୍କ ପଡିଆରେ ପଂହଚି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି ।

ସରକାର ଚାଷ ପାଇଁ ଆବଶ୍ୟକ ସାର ବିହନ ଦର ବଢାଉଥିବା ବେଳେ ଚାଷୀ ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ଦେଉନଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ସରକାର ଚାଷୀଙ୍କ ଦାବି ପୂରଣ ନକରିବା ଯାଏଁ ଏ ସଂଗ୍ରାମ ଜାରି ରହିବ ବୋଲି କହିଛନ୍ତି “ନବ ନିର୍ମାଣ କୃଷକ ସଂଗଠନ’ର ଉପଦେଷ୍ଟା ସୌମ୍ୟ ରଂଜନ ପଟ୍ଟନାୟକ।