ସତ୍ୟପାଠରେ ବଡ ଖୁଲାସା ! ଅମିତାଭ ଓ ଜୟାଙ୍କ ସମ୍ପତି ଉପରୁ ଉଠିଲା ପରଦା, ୬ବର୍ଷରେ ଦୁଇଗୁଣା ହେଲା ଷ୍ଟାରଦମ୍ପତିଙ୍କ ସମ୍ପତି । ଜାଣନ୍ତୁ କେତେ ଟଙ୍କାର ମାଲିକ ଏହି ଷ୍ଟାର ଯୋଡି

33

ସତ୍ୟପାଠରେ ବଡ ଖୁଲାସା । ବଲିଉଡର ବିଗ୍ ବି ଅମିତାଭ ଓ ଜୟା ବଚ୍ଚନଙ୍କ ସମ୍ପତିି କେତେ ତାହା ଅଧିକାଂଶ ପ୍ରଂଶସକ ଜାଣିନଥିବେ । କିନ୍ତୁ ଜୟାଙ୍କ ନିର୍ବାଚନୀ ସତ୍ୟପାଠ ଏହି ପ୍ରଶ୍ନ ଉପରୁ ପରଦା ଉଠାଇଛି । ସୂଚନା ଅନୁସାରେ ଶୁକ୍ରବାର ଦିନ ସମାଜବାଦୀ ପାର୍ଟି ତରଫରୁ ଜୟା ବଚ୍ଚନ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ସମ୍ପତ୍ତି ତାଲିକା ମଧ୍ୟ ଜୟା ଦେଇଛନ୍ତି । ଦିଆଯାଇଥିବା ସମ୍ପତ୍ତି ତଲିକା ଅନୁସାରେ ଜୟା ଏବଂ ଅମିତାଭ ବଚ୍ଚନଙ୍କ ପାଖରେ ବର୍ତ୍ତମାନ ୧୦.୦୧ ବିଲିୟନ ଟଙ୍କାର ସମ୍ପତ୍ତି ରହିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୂର୍ବ ୬ ବର୍ଷ ମଧ୍ୟରେ ଅମିତାଭ ଏବଂ ଜୟାଙ୍କ ସମ୍ପତ୍ତିର ମୂଲ୍ୟ ଦୁଇ ଗୁଣ ବୃଦ୍ଧି ପାଇଛି । ୨୦୧୨ରେ ଏହି ସେଲିବ୍ରିଟି ଯୋଡିଙ୍କ ସମ୍ପତ୍ତିର ମୂଲ୍ୟ ୫୦୦ କୋଟି ଥିବା ବେଳେ ଏହା ବର୍ତ୍ତମାନ ଦୁଇଗୁଣା ବୃଦ୍ଧି ପାଇ ୧୦୦୦ କୋଟିରେ ପହଁଚିଛି ।

ସତ୍ୟପାଠ ଅନୁସାରେ ଏହି ଷ୍ଟାର ଯୋଡିଙ୍କ ପାଖରେ ୪୬୦ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି ଯାହା ୨୦୧୨ରେ ଥିବା ୧୫୨ କୋଟି ଟଙ୍କାର ଦୁଇଗୁଣରୁ ଅଧିକ । ସେହିପରି ୨୦୧୨ରେ ଥିବା ଅସ୍ଥାବର ସମ୍ପତ୍ତି ର ମୂଲ୍ୟ ୩୪୩ରୁ ବଢି ୫୪୦ କୋଟିରେ ପହଁଚିଛି । ଏହି ଷ୍ଟାର କପଲଙ୍କର ବିଭିନ୍ନ ଦେଶରେ ଅନେକ ବ୍ୟାଙ୍କ ଆକାଉଣ୍ଟ ରହିଛି ଯେଉଁଥିରେ କୋଟି କୋଟି ଟଙ୍କା ଜମା ରହିଛି ।

ସତ୍ୟପାଠ ଅନୁସାରେ ଜୟା ଏବଂ ଅମିତାଭଙ୍କ ପାଖରେ ପାଖାପାଖି ୬୨ କୋଟିର ସୁନା ଏବଂ ଗହଣା ରହିଛି । ଆଶ୍ଚର୍ଯ୍ୟର କଥା ହେଉଛି ଏହି ମାମଲାରେ ଅମିତାଭ ଜୟାଙ୍କୁ ପଛରେ ପକାଇ ଦେଇଛନ୍ତି । ଜୟାଙ୍କ ନାମରେ ୨୬ କୋଟି ଟଙ୍କାର ଗହଣା ଥିବା ବେଳେ ଅମିତାଭଙ୍କ ପାଖରେ ୩୬ କୋଟିରୁ ଅଧିକ ଗହଣା ଥିବା ଜଣା ପଡିଛି । କେବଳ ଏତିକି ନୁହେଁ ଅମିତାଭ ୧୩ କୋଟିର ୧୨ଟି ଗାଡି ମଲିକ ମଧ୍ୟ । ଅମିତାଭଙ୍କ ପାଖରେ ରୋଲ-ରାୟସ, ତିନୋଟି ମର୍ସିଡିଜ, ଗୋଟିଏ ସ୍ପୋଟର୍ସ ଏବଂ ରେଞ୍ଜ ରୋବର ରହିଛି । ଏହା ବ୍ୟତୀତ ଟାଟା ନାନୋ କାର ଏବଂ ଗୋଟିଏ ଟ୍ରାକ୍ଟର ମଧ୍ୟ ରହିଛି ।

ଏହା ବ୍ୟତୀତ ଅମିତାଭ ଏବଂ ଜୟାଙ୍କ ପାଖରେ ୩.୪ କୋଟି ୫୧ ଲକ୍ଷ ଟଙ୍କାର ଅନେକ ଘଣ୍ଟା ରହିଛି । ଏହା ସହିତ ୯ ଲକ୍ଷରୁ ଅଧିକ ଟଙ୍କାର ପେନ ମଧ୍ୟ ଅମିତାଙ୍କ ସମ୍ପତ୍ତିରେ ସାମିଲ ଅଛି । ମୁମ୍ବାଇ ଏବଂ ଦିଲ୍ଲୀର ସହରରେ ଏହି ଷ୍ଟାର ଯୋଡିଙ୍କର ଅନେକ ବଙ୍ଗଳା ରହିଛି ଏହା ବ୍ୟତୀତ ଫ୍ରାନ୍ସରେ ୩୧୭୫ ବର୍ଗ ମିଟରର ରୟାଲ ସମ୍ପତ୍ତି ମଧ୍ୟ ରହିଛି । ନୋଏଡା, ଭୋପାଳ, ପୁନେ, ଅହମ୍ମଦାବାଦ ଏବଂ ଗାନ୍ଧୀନଗରରେ ଏହି ଷ୍ଟାର କପଲଙ୍କର ସମ୍ପତ୍ତି ମଧ୍ୟ ରହିଛି ।