ଚିଲିକାରେ ବୈଜୟନ୍ତଙ୍କ ହେଲିକପ୍ଟର ଉଡିବା ପ୍ରସଙ୍ଗ : ତଦନ୍ତ କରିବା ନେଇ ସୁଚନା ଦେଲେ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ,ତଦନ୍ତ କରିବେ ଡିଜିସିଏ

38

କନକ ବ୍ୟୁରୋ: ଚିଲିକାରେ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡିବା ପ୍ରସଙ୍ଗରେ ମାମଲା ରୁଜୁ କରିଛି ପୋଲିସ । ଚିଲିକା ପରିବେଶ ଓ ପର୍ଯ୍ୟଟନ ମହାଂସଘର ଏତଲା ଆଧାରରେ ଏହି ମାମଲା ହୋଇଛି । ମହାସଂଘ ଅଭିଯୋଗ କରିଥିଲା , ଗତ ୧୫ ତାରିଖରେ ଚିଲିକା ଉପରେ ବେଆଇନ ହେଲିକପ୍ଟର ଉଡିବା ସମ୍ପର୍କରେ ଅରଖକୁଦା ମେରାଇନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏଥିରେ ଦର୍ଶାଯାଇଥିଲା ଯେ, ଏହିଦିନ ସକାଳ ୯ଟା ୧୩ ମିନିଟ ସମୟରେ ଧଳାରଙ୍ଗର ଏକ ହେଲିକପ୍ଟର ମୀର୍ଜାପୁର ଗ୍ରାମ ସାମ୍ନାରେ ଏତେ ନିକଟବର୍ତୀ ହୋଇଥିଲା ଯେ ତାହା ଚିଲିକା ପାଖରେ ନିକଟବର୍ତୀ ହୋଇଥିଲା ବୋଲି ମନେହୋଇଥିଲା । ଏହା ଚିଲିକା ପରିବେଶ ଉପରେ କୁପ୍ରଭାବ ପକାଇଥିଲା । ଏଭଳି ଘଟଣା ଇତିହାସରେ କେବେ ହୋଇନଥିବା ଏଥିରେ ଦର୍ଶାଯାଇଥିଲା ।

ଉଲ୍ଲେଖ ଥାଉ କି, ଚିଲିକାରେ ହେଲିକପ୍ଟର ଉଡାଇବା ଅଭିଯୋଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମାମଲା ରୁଜୁ କରିଛି ପୁରୀ ପୋଲିସ । ଏହା ସହ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟରକୁ ସିଜ୍ କରିଛି ପୋଲିସ୍ । ଚିଲିକାର ନୋ ଫ୍ଲାଇଙ୍ଗ୍ ଜୋନରେ ହେଲିକପ୍ଟର ଉଡାଇବା ଅଭିଯୋଗରେ ଏହାକୁ ସିଜ୍ କରିଛି ପୋଲିସ୍ । ଆଜି ଏ ସମ୍ପର୍କରେ ପଚରାଉଚରା ପାଇଁ ଇମ୍ଫା କର୍ତୃପକ୍ଷଙ୍କୁ ବି ପୁରୀ ପୋଲିସ ଡାକିଛି । ଅଭିଯୋଗ ଅନୁସାରେ, ବୈଜୟନ୍ତ ପଣ୍ଡା ଅଭିଜିତ ଆୟାର ମିତ୍ର ଓ ଟିକୁ ସିଂଙ୍କୁ ଚିଲିକା ବୁଲାଇବାକୁ ନେଇଥିଲେ । ତେଣୁ ଏହି ଦୁଇଜଣଙ୍କୁ ବି ପୋଲିସ ପଚରାଉଚରା କରିବ । ବୈଜୟନ୍ତ ପଣ୍ଡା ଚିଲିକା ପାଣି ଉପରକୁ ବିମାନ ଖସାଇଥିଲେ । ଯଦିଓ ଗରଦପୁର, କୋଣାର୍କ ଓ ପୁରୀ ଆକାଶରେ ବିମାନ ଉଡାଇବାକୁ ସେ ଅନୁମତି ପାଇଥିଲେ, କିନ୍ତୁ ବେଆଇନ ଭାବେ ଚିଲିକା ଆକାଶକୁ ଯାଇଥିଲେ ।

ସେ କହିଛନ୍ତି ଡିଜିସିଏ ରିପୋର୍ଟ ଆଧାରରେ ତଦନ୍ତ ଆଗକୁ ବଢ଼ିଥିଲା । ହେଲିକପ୍ଟରରେ ବୈଜୟନ୍ତଙ୍କ ସମେତ ୨ଜଣ ଥିଲେ । ସମସ୍ତଙ୍କ ବୟାନ ରେକର୍ଡ କରାଯିବ । ଏନେଇ ତଦନ୍ତ ଜାରି ରହିଛି । ଇମ୍ଫାର ହ୍ୟାଙ୍ଗର ବା ପାର୍କିଂ ଅଂଚଳକୁ ସିଲ୍ କରିଛି ପୋଲିସ୍ । ଏହା ଧାର୍ଯ୍ୟ ଉଚ୍ଚତାରୁ ତଳେ ଉଡିଥିଲା କି ନାହିଁ, ତାହାର ତଥ୍ୟ ବ୍ଲାକବକ୍ସ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଇଛି । ଏନେଇ ପୁରୀ ମେରାଇନ ଥାନାରେ ଅଭିଯୋଗ କରିଥିଲେ ଚିଲିକା ଉନ୍ନୟନ କର୍ତୁପକ୍ଷ ଏସିଏଫ୍ ବିନୋଦ ଆଚାର୍ଯ୍ୟ । ଏପରିକି ନିକଟସ୍ଥ ଅଂଚଳରେ ଲ୍ୟାଣ୍ଡ କରିବାକୁ ହେଲିକପଟରର ପାଇଲଟ ଚେଷ୍ଟାକରିଥିଲେ ବୋଲି କୁହାଯାଇଥିଲା । ନୋ ଫ୍ଲାଇଙ୍ଗ ଓ ଇକୋ ସେନସିଟିଭ ଜୋନରେ ହେଲିକପ୍ଟର ଉଡିବା ପରେ ଆପତି ଉଠାଇଛି ସିଡିଏ । ଏହା ଲୋକଙ୍କ ଜୀବନ ଖାସ୍ କରି ପର୍ଯ୍ୟଟକ ଓ ଡଲଫିନ୍ଙ୍କ ପାଇଁ ବିପଦ ନେଇ ଆସିଥିଲା ବୋଲି କୁହାଯାଉଛି।