ଟ୍ରେଣ୍ଡ ଅନୁସାରେ କେନ୍ଦ୍ରାପଡାରେ ବାଜି ମାରିପାରେ ବିଜେଡି । ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କଠାରୁ ୩୩ ହଜାର ୪୫୭ଟି ଭୋଟରେ ଅନୁଭବ ମହାନ୍ତି ଆଗୁଆ

3,059

କନକ ବ୍ୟୁରୋ: ବହୁଚର୍ଚ୍ଚିତ କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡି ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ବାଜି ମାରିପାରନ୍ତି ବୋଲି ବର୍ତ୍ତମାନର ଟ୍ରେଣ୍ଡ କହୁଛି। ଭୋଟ୍ ଗଣତି ପ୍ରକ୍ରିୟାର ଟ୍ରେଣ୍ଡ ଅନୁସାରେ, ଅନୁଭବ ବର୍ତ୍ତମାନ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଠାରୁ ୩୩ ହଜାର ୪୫୭ ଭୋଟରେ ଆଗୁଆ ରହିଛନ୍ତି । ସେହିଭଳି ତୃତୀୟ ସ୍ଥାନରେ ଲଢ଼େଇ କରୁଛନ୍ତି କଂଗ୍ରେସ ଲୋକସଭା ପ୍ରାର୍ଥୀ ଧରଣୀଧର ନାୟକ ।

ଏଯାବତର ରିପୋର୍ଟ ଅନୁଯାୟୀ ଅନୁଭବ ମହାନ୍ତି ଭୋଟ୍ ୧,୦୬୧୪୨ପାଇଥିବା ବେଳେ ବୈଜୟନ୍ତ ପଣ୍ଡା ୭୨ ହଜାର ୬୮୫ଟି ଭୋଟ୍ ପାଇଛନ୍ତି ।  ଅପରପକ୍ଷରେ ଧରଣୀଧର ନାୟକ ୨୦ ହଜାର ୮୫୫ଟି ଭୋଟ୍ ପାଇଛନ୍ତି । ତେବେ ଆହୁରି କେତେକ ରାଉଣ୍ଡ ଭୋଟ ଗଣତି ବାକି ରହିଛି। କେନ୍ଦ୍ରାପଡ଼ା ଲୋକସଭା ଅନ୍ତର୍ଗତ ଅଧିକାଂଶ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଥିବାର ସୂଚନା ମିଳିଛି।