ସୁକମା ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଓ ସିଆରପିଏଫ ଡିଜି ! ଘଟଣାର କରିବେ ଅନୁଧ୍ୟାନ

39

କନକ ବ୍ୟୁରୋ : ମାଲକାନଗିରି ସୀମାନ୍ତ ସୁକମାରେ ମାଓବାଦୀ ଆକ୍ରମଣରେ ୨୫ ସିଆରପିଏଫ ଯବାନ ସହିଦ ହେବା ପରେ ସ୍ଥାନୀୟ ଅଂଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ସ୍ଥାନୀୟ ଅଂଚଳରେ ଶୋକର ବାତାବରଣ ଦେଖାଦେଇଛି । ଆଜି ସୁକମାର ଘଟଣାସ୍ଥଳକୁ ଯାଉଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଓ ସିଆରପିଏଫ ଡିଜି ।

ଏବେ ରାୟପୁରରେ ପହଚିଂଛନ୍ତି ରାଜନାଥ । ଆକ୍ରମଣରେ ୭ ଜଣ ଯବାନ ଗୁରୁତର ରହିଛନ୍ତି । ସେମାନଙ୍କୁ ରାୟପୁର ରାମକୃଷ୍ଣ ହସ୍ପିଟାଲରେ ଭର୍ତି କରାଯାଇଛି । ଗତକାଲି ପ୍ରାୟ ୩୦୦ ମାଓବାଦୀ ଯବାନଙ୍କ ଉପରକୁ ଅତର୍କିତ ଗୁଳିବର୍ଷଣ କରିଥିଲେ । ପ୍ରାୟ ୨ ଘଂଟା ଧରି ଏନକାଉଂଟର ଚାଲିଥିଲା । ଏଥିରେ ପ୍ରାୟ ୧୨ ଜଣ ନକ୍ସଲ ବି ପ୍ରାଣ ହରାଇଛନ୍ତି । ଏବେ ବି ଯବାନ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।