ରାକ୍ଷସ ସାଜିଲେ ଯବାନ ! ଜୟପୁର ନିକଟରେ ୧୫ ବର୍ଷିୟା ନବାଳିକାଙ୍କୁ ୪ଜଣ ଯବାନ କଲେ ଦୁଷ୍କର୍ମ

59

କନକ ବ୍ୟୁରୋ : ଜୀବନ ସହ ସଂଘର୍ଷ କରୁଥିବା ଏହି ନାବାଳିକା ଜଣଙ୍କର ଦୋଷ ହେଉଛି ସେ ଏକୁଟିଆ ଏକ ଜଙ୍ଗଲ ରାସ୍ତା ଦେଇ ଘରକୁ ଫେରୁଥିଲେ । ସେ ଜାଣିନଥିଲେ ତାଙ୍କୁ ପିଛା କରୁଛନ୍ତି ଯବାନ ରୂପରେ ଥିବା ୪ଜଣ ରାକ୍ଷସ । ସେ ଜଣି ନଥିଲେ ଲୋକଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଥିବା ସୁରକ୍ଷା କର୍ମୀ, ପଶୁ ପାଲଟି ଯିବେ ଏବଂ ତାଙ୍କର ସବୁ କିଛି ଲୁଟି ନେବେ ।

୧୫ ବର୍ଷୀୟ ଏହି ନାବାଳିକା ଜଣକ ସ୍କୁଲ୍ ଶିକ୍ଷକଙ୍କ ନିର୍ଦ୍ଦେଶ ଅନୁସାରେ ନିକଟସ୍ଥ ହାଟକୁ ଯାଉଥିଲେ ଆଧାରକାର୍ଡର ଜେରକ୍ସ କରିବା ପାଇଁ । ଏହା ପରେ ଘରକୁ ଫେରୁଥିବା ବେଳେ ଲାଂଜିଗୁଡା ଘାଟୀରେ ମାଓବାଦୀ ଅପରେସନରେ ମୁତୟନ ୪ଜଣ ବନ୍ଧୁକଧାରୀ ଯବାନ ତାଙ୍କୁ ଦେଖିପକାଇଲେ । ହଠାତ୍ ପାଖକୁ ମାଡି ଆସିଲେ ଓ ନାଁ ଗାଁ ପଚାରିବାକୁ ଲାଗିଲେ । ବିଚରା ଝିଅ ଜଣକ ତାଙ୍କୁ ଦେଖି ଡରିଯିବା ପରେ ସେମାନେ ସିଧା ତାଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇଗଲେ ।

ଜଣେ ପରେ ଜଣେ ୪ଜଣ ଦୁଷ୍କର୍ମ କରିବା ପରେ ଅଚେତ୍ ଅବସ୍ଥାରେ ନାବାଳିକା ଜଣକ ପଡିରହିଲେ । ଏବଂ କିଛି ସମୟ ପରେ ଚେତା ଆସିବା ପରେ କୈାଣସି ପ୍ରକାରେ ଘରକୁ ଫେରିଲେ ଓ ସବୁ କଥା କହିବା ପରେ ନିକଟସ୍ଥ ପଟାଙ୍ଗୀ ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ନାବାଳିକା ଜଣକ ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି । ଅତ୍ୟଧିକ ରକ୍ତସ୍ରାବ କାରଣରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।