କଳଙ୍କ ପୋଛିଲେ ଯବାନ! କନ୍ଧମାଳରେ ଦୁଷ୍କର୍ମ କରିଥିବା ହୋମଗାର୍ଡକୁ ସିନ୍ଦୂର ପିନ୍ଧାଇଲେ ଯବାନ

29

କନକ ବ୍ୟୁରୋ : ମଥାରେ ସିନ୍ଦୂର ଦେଇ ଶେଷରେ କଳଙ୍କ ଧୋଇଲେ ଯବାନ । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନାରେ କାମ କରୁଥିବା ହୋମଗାର୍ଡଙ୍କୁ ଦୁଷ୍କର୍ମ କରିଥିବା ଯବାନ ଶେଷରେ ସିନ୍ଦୂର ପିନ୍ଧାଇଛନ୍ତି । ଦୁଷ୍କର୍ମ ଅଭିଯୋଗ ହେବା ପରେ ବିହାର ରେଜିମେଂଟରେ କାର୍ଯ୍ୟରତ ଯବାନ ଟୁଲୁ ପ୍ରଧାନକୁ ପୋଲିସ ଅଟକ ରଖି ପଚରାଉଚରା କରୁଥିଲା । ଆଉ ଏହି ମାମଲାର ଏବେ ପୂର୍ଣ୍ଣଚ୍ଛେଦ ପଡିଛି ।

ଦୁଷ୍କର୍ମ ଅଭିଯୋଗ କରିଥିବା ମହିଳା ହୋମଗାର୍ଡଙ୍କୁ ଯବାନ ଜଣକ ସିନ୍ଦୂର ପିନ୍ଧାଇ ପତ୍ନୀ ରୂପେ ଗ୍ରହଣ କରିଛନ୍ତି । ସାତ ଜନ୍ମର ସାଥି ହେବା ପାଇଁ ଶପଥ ନେଇଛନ୍ତି । ଉଭୟଙ୍କ ପରିବାର ଓ ପୋଲିସ ଉପସ୍ଥିତିରେ ଜି.ଉଦୟଗିରି ଥାନା ନିକଟ ତାରିଣୀ ମନ୍ଦିରରେ ଏହି ବିବାହ ହୋଇଥିଲା ।