ଯବାନଙ୍କ ସନ୍ଦେହଜନକ ମୃତ୍ୟୁ: ଘରୁ ଛୁଟି କାଟି ଫେରିବାର ୩ ଦିନ ପରେ ଆସିଲା ପୁଅର ମୃତ୍ୟୁ ଖବର

48

ଗଂଜାମ : ଯବାନଙ୍କ ସନ୍ଦେହଜନକ ମୃତ୍ୟୁ । ଘରୁ ଛୁଟି କାଟି ଫେରିବାର ୩ ଦିନ ପରେ ଆସିଲା ପୁଅର ମୃତ୍ୟୁ ଖବର। ଯାହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକ। ବାୟୁସେନାର ଲଢୁଆ ଯବାନ ଗଂଜାମ ଜିଲ୍ଲା ହିଂଜିଳି ଏନଏସି ଜଗନ୍ନାଥ ମାର୍ଗର ସୁଧାଂଶୁ କେଖର ସାହୁଙ୍କ ପୁଅ ବିଭୋର ସାହୁ।

କିଛି ଦିନ ଛୁଟି କାଟିବା ପରେ ୯ ତାରିଖ ଦିନ ଗୋଆଲିୟରରେ କାର୍ଯ୍ୟରେ ଯୋଗଦେଇଥିଲେ ବିଭୋର। ହେଲେ ୧୩ ତାରିଖ ଦିନ ସକାଳରେ ତାଙ୍କ ଘରକୁ ବାୟୁସେନା ଅଫିସରୁ ଆସିଥିଲା ପୁଅର ମୃତ୍ୟୁ ଖବର। ତା ପୁଣି ଆତ୍ମହତ୍ୟା ଜନିତ। ଯାହାକୁ ସ୍ୱୀକାର କରିବାକୁ ନାରାଜ ପରିବାର ଲୋକ। ବିଭୋରଙ୍କ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ କଦନ୍ତ ପାଇଁ ପରିବାର ପକ୍ଷରୁ ଦାବି ହୋଇଛି। ତେବେ ଏବେ ସୁଦ୍ଧା ଯବାନଙ୍କ ମୃତଦେହ ପୈତୃକ ଗାଁରେ ପହଂଚି ପାରିନି।