ରଖେ ହରି ତ ମାରେ କିଏ : ୧୪ ଘଣ୍ଟା ପରେ ବରଫପାହାଡ଼ ତଳୁ ଜୀବନ୍ତ ବାହାରିଲେ ପୋଲିସ ଅଧିକାରୀ

276

ଜମ୍ମୁ-କଶ୍ମୀର କୁଲଗାମ ଜିଲ୍ଲାର ଜବାହାର ସୁଡ଼ଙ୍ଗ ପାଖରେ ଗୁରୁବାର ଦିନ ପ୍ରବଳ ବରଫପାତ ହୋଇଥିଲା । ଆଉ ଏଥିରେ ଅନେକ ପୋଲିସ ଅଧିକାରୀ ବରଫସ୍ଖଳନ ଯୋଗୁଁ ତଳେ ଦବି ହୋଇଯାଇଥିଲେ । ସେଠାରେ ବରଫର ଏକ ପାହାଡ଼ ପୋଲିସ ପୋଷ୍ଟ ଉପରେ ଖସିପଡ଼ିଥିଲା । ଯାହାଦ୍ୱାରା ୬ ପୋଲିସକର୍ମୀ, ୨ ଫାୟାର ବ୍ରିଗେଡ଼୍ କର୍ମୀ ଓ ୨ ଜଣ କଏଦୀ ଦବି ହୋଇଯାଇଥିଲେ ।

ଏହି ଦୁର୍ଘଟଣା ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ବରଫସ୍ଖଳନର ୧୪ ଘଂଟା ପରେ ଜଣେ ଯବାନଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି । ଅନ୍ୟମାନଙ୍କୁ ବାହାର କରିବା ପାଇଁ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଉଦ୍ଧାର କରାଯାଇଥିବା ଯବାନଙ୍କ ନାମ ହେଲା ଗୁଲଜାର ଅହମ୍ମଦ ।

ବରଫସ୍ଖଳନ ପରେ ପ୍ରଥମେ ପୋଲିସ ଚୌକିର ଆଖପାଖରୁ ବରଫ ହଟାଯାଇଥିଲା । ଆଉ ତା’ପରେ ଯବାନମାଙ୍କୁ ସେଠାରୁ ବାହାର କରାଯାଇଥିଲା । ଉଦ୍ଧାର ହୋଇଥିବା ଯବାନଙ୍କୁ ମଧ୍ୟରୁ କିଛି ଜଣଙ୍କୁ ମେଡ଼ିକାଲ ପଠାଯାଇଛି । ଏବେ ବି ପୋଲିସ ଚୌକି ଭିତରେ କେବଳ ବରଫ ବରଫ ନଜର ଆସୁଛି । ଏଥିନାଇଁ ଉଦ୍ଧାର କାର୍ଯ୍ୟରେ ବାଧା ସୃ୍ଷ୍ଟି ହୋଇଥିଲା । ସୂଚନାଯୋଗ୍ୟ ବରଫପାତ ଯୋଗୁଁ ଶିମଲା, କେଦାରନାଥ, ବିଳାସପୁର, ଟହରୀ, ଶ୍ରୀନଗର, ବାରମୁଳାରେ ସ୍ଥିତି ଗମ୍ଭୀର ରହିଛି । ଲଗାତାର ବରଫସ୍ଖଳନ ଯୋଗୁଁ ଜୀବନଯାତ୍ରା ପ୍ରଭାବିତ ହୋଇଛି ।