କଟକ ନୂଆପଡା ଅଂଚଳରେ ଜଣ୍ଡିସ ଆତଙ୍କ : ୬ଟି ସ୍ଥାନରେ ପାଣି ପାଇଫ ଫାଟି ଜଳ ପ୍ରଦୂଷିତ

50

କନକ ବ୍ୟୁରୋ : କଟକ ନୂଆପଡା ଅଂଚଳରେ ଏବେ ଜଣ୍ଡିସ ଆତଙ୍କ । ଘରେ ଘରେ ଜଣ୍ଡିସର ଭୟ । ରାସ୍ତାର ୬ଟି ସ୍ଥାନରେ ପାଣି ପାଇପ ଫାଟି ଜଳ ପ୍ରଦୂଷିତ ହୋଇ ଜଣ୍ଡିସ ବ୍ୟାପିଛି । ମହାନଗର ନିଗମ କମିଶନର ମଧ୍ୟ କହିଛନ୍ତି ପାଣି ଯୋଗାଉ ଥିବା ସଂସ୍ଥା ପିଏଚଡି ଓ ଜାଇକା ମଧ୍ୟରେ ସମନ୍ୱୟ ରହୁ ନଥିବା କାରଣରୁ ପାଣି ପାଇପ ଫାଟିଲା ପରେ ଏହାକୁ ତୁରନ୍ତ ମରାମତି କରାଯାଇପାରୁନାହିଁ । ତେବେ ଏହାରି ଭିତରେ ପିଏଚଡି ବିଭାଗର ଅଧିକାରୀ କହିଛନ୍ତି ପାନୀୟ ଜଳ ସଂକ୍ରମିତ ହେବା କଥା ସତ । ତେଣୁ ଆମେ ଏବେ କିଛି ଦିନ ଲୋକଙ୍କ ପିଇବା ପାଣି ପାଇଁ ୩ଟି ଅସ୍ଥାୟୀ ପାଣି ଟାଙ୍କିର ବ୍ୟବସ୍ଥା କରିବୁ । ଜଣ୍ଡିସ ଆତଙ୍କ ଦେଖାଦେବା ପରେ ପ୍ରଭାବିତ ଅଂଚଳ ବୁଲି ଦେଖିଛନ୍ତି ଜିଲ୍ଲାପାଳ । ଆଉ କହିଛନ୍ତି ଏହା ଏକ ସାଧାରଣ କଥା ।

ତେବେ ଏହା ପ୍ରଥମ ଥର ନୁହେଁ ପ୍ରତିବର୍ଷ କଟକରେ ଏପରି ଅସୁବିଧା ଦେଖିବା ପାଇଁ ମିଳୁଛି । ପ୍ରଦୂଷିତ ପାଣି ଯୋଗୁଁ ଏବେ ଘରେ ଘରେ ଜଣ୍ଡିସ୍ ଭୟ ଦେଖିବା ପାଇଁ ଦେଖିବା ପାଇଁ ମିଳୁଛି । ଗତ ୩ ଦିନ ମଧ୍ୟରେ ଜଣ୍ଡିସ ରୋଗୀଙ୍କ ସଂଖ୍ୟା ୧୫ କୁ ଛୁଇଁଲାଣି । ଆଉ ଏପଟେ ସ୍ଥିତି ପରୀକ୍ଷା ପାଇଁ ଆସିଥିବା ସମୟରେ ଜିଲ୍ଲାପା ଯେଉଁ ଉତ୍ତର ଦେଇଥିଲେ, ତାକୁ ସାଧାରଣ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଏଥିପାଇଁ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି । ଲୋକେ ପ୍ରଶ୍ନ କରିଛନ୍ତି ଯଦି ଜାଇକାର ବେପରୁୱା କାର୍ଯ୍ୟ ପାଇଁ ପାଣି ପାଇପ ଫାଟୁଛି ଏବଂ ପିଇବା ପାଣି ସହ ଡ୍ରେନ୍ ଜଳ ମିଶୁଛି, ତେବେ ପ୍ରଶାସନ କରୁଛି କ’ଣ ଓ ମହାନଗର ନିଗମ କରୁଛି କ’ଣ । ଅଞ୍ଚଳବାସୀଙ୍କୁ ଯଦି ଭଲ ପାଣି ଟୋପାଏ ଯୋଗାଇପାରୁନି ମହାନଗର ନିଗମ ତେବେ ଏହା ତାଙ୍କର ଏକ ଅପରାଗତା ।