ଭୁୁବନେଶ୍ୱର : ବାଲେଶ୍ୱରୀୟାଙ୍କ ମିଳନ ମଞ୍ଚ ପକ୍ଷରୁ ବେଶ ଜାକଜମକରେ ପାଳନ ହୋଇଛି ଜଉ କଣ୍ଢେଇ ବାହାଘର

75

କନକ ବ୍ୟୁରୋ : ଭୁବନେଶ୍ୱରରେ ପାଳିତ ହୋଇଛି ବାଲେଶ୍ୱରର ପାରମ୍ପରିକ କଳା ଜଉ କଣ୍ଢେଇ ବାହାଘର । ବାଜାବାଣରେ କମ୍ପିଲା ରାଜଧାନୀ । ସେପଟେ ବରକନିଆକୁ ଏକାମ୍ର ହାଟ ବେଦୀରେ ବସାଇ ହେଲା ପୂଜା ,ହୋମ ଆଳତି ସାଗଂକୁ ମନ୍ତ୍ରରେ ବିବାହ କରାଗଲା । ବାଲେଶ୍ୱରର କଳାସଂସ୍କୃତି ଓ ପରମ୍ପରାର ଏଇ ଜଉ କଣ୍ଢେଇ ବାହାଘର ପାଇଁ କମ୍ପିଛି ଭୁବନେଶ୍ୱରର ରାମ ମନ୍ଦିର ଛକ । ବରଯାତ୍ରୀଙ୍କ ରଙ୍ଗଢଙ୍ଗର ନାଚ ସହ ବିଭିନ୍ନ ସାଜସଜା ଓ ବାଜାବାଣରେ ରୋସଣି ଦେଖିବା ପାଇଁ ମିଳିଛି ।

ଜଉ କଣ୍ଢେଇ ବର ସୁମନ୍ତ ବିବାହ କେଲେ ତପୋଇକୁ । ବର କନିଆ ଘର ଏକାମ୍ର ହାଟରେ ପହଁଚି ବେଶ ଜାକଜମକରେ ବିବାହ କରିଛନ୍ତି । ଜଉ କଣ୍ଢେଇ ବାହାଘର ଅନୁଷ୍ଠିତ ହୋଇଛି ଓଡିଆ ଘରର ପରମ୍ପରା ପୂଜା ,ହୋମ ଆଳତି ସାଗଂକୁ ମନ୍ତ୍ର ପାଠ ଆଦି ଗହଣରେ । ବାଲେଶ୍ୱରର ଏହି ନିଆରା ବାହାଘରକୁ ଭୁବନେଶ୍ୱରରେ ବେଶ ଧୁମଧାମରେ ପାଳନ କରିଛନ୍ତି ବାଲେଶ୍ୱରିଆ । ଏଭଳି ପରମ୍ପରା ବଂଚାଇ ରଖିବା ପ୍ରୟାସ କରିଛନ୍ତି ବାଲେଶ୍ୱରୀୟାଙ୍କ ମିଳନ ମଞ୍ଚ । ନିଜର ପାରମ୍ପରିକ ସଂସ୍କୃତିକୁ ବଂଚାଇବାକୁ ବାଲେଶ୍ୱରିଆ ଯେଉଁ ଚେଷ୍ଟା କରିଛନ୍ତି ବେଶ ପ୍ରସଂଶନୀୟ ।