ଭୁବନେଶ୍ୱରରେ ପହଞ୍ଚିଲେ ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା! କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ-୨୦୧୯ରେ ଦେବେ ଯୋଗ

98

କନକ ବ୍ୟୁରୋ : ଆସନ୍ତାକାଲି କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନକ୍ଲେଭ ୨୦୧୯ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆଜି ସଂଧ୍ୟାରେ ଭୁବନେଶ୍ୱରରେ ପହଁଚିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା । ବିଜେପି ସାଂସଦ ବରୁଣ ଗାନ୍ଧୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । କେମିତି ହେବ ନୂଆ ଓଡ଼ିଶାର ନିର୍ମାଣ, ଏ ନେଇ ବିଚାର ବିମର୍ଶ ହେବ ।

ହୋଟେଲ୍ ମେ’ ଫେୟାରରେ ସକାଳ ୧୦ଟାରେ ଓଡ଼ିଶା ନିର୍ମାଣ କନକ୍ଲେଭ ଆରମ୍ଭ ହେବ । ଯଶବନ୍ତ ସିହ୍ନା ଓ ବରୁଣ ଗାନ୍ଧୀଙ୍କ ସମେତ ଆଲୋଚନାରେ ଭାଗ ନେବେ ରାଜ୍ୟର ମାନ୍ୟଗଣ୍ୟ ନେତା । ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ, ବିଜେଡି ଆଇଟି ସେଲ୍ ଅଧ୍ୟକ୍ଷ ଅମର ପଟ୍ଟନାୟକ, ବିଜେଡି ନେତା ସଂଜୟ ଦାସବର୍ମା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସେମାନଙ୍କ ମତ ରଖିବେ ।