ସୁନ୍ଦରଗଡରେ ପେଶା ଆନ୍ଦୋଳନକୁ ନେଇ ମୁହାଁମୁହିଁ ହେଲେ ଜର୍ଜ ତିର୍କୀ ଓ ମଙ୍ଗଳା କିଷାନ୍ : ପରସ୍ପର ଉପରେ ଦୋଷ ଲଦିଲେ ଦୁଇ ବରିଷ୍ଠ ନେତା

28

କନକ ବ୍ୟୁରୋ : ସୁନ୍ଦରଗଡ ରାଜଗାଙ୍ଗପୁର ଥାନା ବରପାଲିରେ ପେଶା ଆନ୍ଦୋଳନକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି ପୋଲିସ ଓ ପ୍ରଶାସନ । ସ୍ଥାନୀୟ ଅଂଚଳରେ ୧୪୪ଧାରା ଜାରି କରାଯାଇଛି । ଏଥିସହ ସୁରକ୍ଷା ପାଇଁ ୨ ଫ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଗତକାଲି ଆନ୍ଦୋଳନକାରୀ ସୁରଜ ପ୍ରଡକ୍ଟ ଲିମିଟେଡ ଭିତରେ ପଶି ଭଙ୍ଗାରୁଜା କରିଥିଲେ । ତାଙ୍କର ଦାବି ଥିଲା କମ୍ପାନି ସମ୍ପ୍ରସାରଣ ପାଇଁ ସରକାରଠାରୁ ଅନୁମତି ପାଇସାରିଛି । କିନ୍ତୁ ଗ୍ରାମସଭାର ଅନୁମତି ନେଇ ନଥିବାରୁ ସେମାନେ ପଶି ଭଙ୍ଗାରୁଜା କରିଥିଲେ । ଏହି ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ରାଉରକେଲା ଡିଆଇଜି କବିତା ଜଲାନ, ସୁନ୍ଦରଗଡ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା ସେମାନଙ୍କୁ ବୁଝାସୁଝା କରିଥିଲେ । ତେବେ ହାତାହାତି ପରିସ୍ଥିତି ହେବାରୁ ପୋଲିସ ୪୭ଜଣଙ୍କୁ ପୋଲିସ ଗିରଫ କରିଥିଲା ।

ତେବେ ଏହି ପ୍ରସଙ୍ଗରେ କନକ ଟିଭିର କାର୍ଯ୍ୟକ୍ରମ-ମନୋରଞ୍ଜନ ମିଶ୍ର ଲାଇଭରେ ଭାଗ ନେଇ ପରସ୍ପର ଉପରେ ଦୋଷାରୋପ କରିଥିଲେ ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିଶାନ ଓ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ । କୌଣସି ବିକାଶ ମୂଳକ କାମ ପାଇଁ ସରକାରୀ ଅଧିକାରୀ ମାନେ ଘଟଣାସ୍ଥଳକୁ ଯାଉଥିବା ସମୟରେ ଜର୍ଜ ତିର୍କୀ ସେମାନଙ୍କୁ ବିରୋଧ କରନ୍ତିି ବୋଲି ମଙ୍ଗଳା କିଶାନ ଅଭିଯୋଗ କରିଥିବା ବେଳେ ଜର୍ଜ ତୀର୍କି ଏପରି ଅଭିଯୋଗକୁ ଖଣ୍ଡନ କରିଥିଲେ । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ କଥା କଟାକଟି ଚାଲିଥିଲା ।