ଭାରତକୁ ଆସିବ ୟୁଏସ୍-୨ଆଇ୍ ଏୟାରକ୍ରାଫ୍ଟ : ଉଭୟ ସ୍ଥଳ ଓ ଜଳରେ ଦେଖାଇବ ପରାକ୍ରମ

22

କନକ ବ୍ୟୁରୋ : ଭାରତକୁ ଆସିବ ଜାପାନର ଶକ୍ତିଶାଳୀ ଆମ୍ପିବିୟସ୍ ଏୟାରକ୍ରାଫ୍ଟ ୟୁଏସ୍-୨ ଆଇ । ୧୦ହଜାର କୋଟି ଟଙ୍କା ମୂଲ୍ୟର ଏପରି ୧୨ଟି ଏୟାରକ୍ରାପ୍ଟ କିଣିବାପାଇଁ ଭାରତ ଯୋଜନା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୧ରେ ଜାପାନ ଗସ୍ତ କରିବେ । ଏହି ସମୟରେ ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ସହ ଚୁକ୍ତିନାମା ହେବାର କାର୍ଯ୍ୟକ୍ରମ ରହିଛି ।ଏହି ବିମାନ ଭାରତକୁ ଆସିଲେ ଭାରତୀୟ ନୈାସେନାର ଦକ୍ଷତା ବୃଦ୍ଧି ପାଇବ । ମୋଦିଙ୍କ ଗସ୍ତ ସମୟରେ ଏନଏସଜିରେ ଭାରତର ସଦସ୍ୟତା ନେଇ ସିଞ୍ଜୋଙ୍କ ସହ ମୁଖ୍ୟତଃ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ୟୁଏସ୍-୨ଆଇ ହେଉଛି ଜାପାନ ନିର୍ମିତ ଶକ୍ତିଶାଳୀ ଏୟାରକ୍ରାଫ୍ଟ । ଏହି ବିମାନ ଉଭୟ ଜଳ ଓ ସ୍ଥଳଭାଗରେ କାର୍ଯ୍ୟ କରିବାର ଦକ୍ଷତା ରହିଛି । ଜାପାନ ନୈାସେନାରେ ନିୟୋଜିତ ଏହା ଏକ ଶକ୍ତିଶାଳୀ ବିମାନ । ଏହା ମୁଖ୍ୟତଃ ଜଳଭାଗ ଉପରେ ଆକାଶମାର୍ଗରୁ ନଜର ରଖିବା ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥାଏ । ଜାପାନ ନୈାସେନାରେ ନିୟୋଜିତ ସିନ୍ ମାୱାର ଆଧୁନିକ ଭର୍ସନ ୟୁଏସ-୨ଆଇ । ଏହା ଭାରତୀୟ ନୈାସେନାରେ ସାମିଲ ହେଲେ ନୈାସେନାରେ ଦକ୍ଷତା ବୃଦ୍ଧି ପାଇବ  ।